କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶରେ ମେ’ 17 ପର୍ଯ୍ୟନ୍ତ ଲକ୍ଡାଉନ ଘୋଷଣା କରାଯାଇଛି। ଏବଂ କରୋନାଭାଇରସ୍ ସଂକ୍ରମଣ ଏବେ ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏମିତିକି ମହାରାଷ୍ଟ୍ରରେ ସର୍ବାଧିକ ସଂକ୍ରମଣ ମାମଲା ଦେଖାଦେଇଛି,ଏବଂ ଦେଶରେ କ୍ରମାଗତ ତୃତୀୟ ଦିନ ପାଇଁ ନୂଆ ମାମଲା 3000 ଟପିଯିବା ପରେ 59,662 ମାମଲା ପହଞ୍ଚିଛି। ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟଗୁଡିକରୁ 3,294 ଟି ନୂଆ ମାମଲା ରିପୋର୍ଟ ହୋଇ ଥିବା ଜଣାପଡିଛି,

ଦିନରେ ସଂକ୍ରମିତଙ୍କ ସଂଖ୍ୟା ଦୁଇଗୁଣ ହୋଇଥିବା ବେଳେ ଗତ 24 ଘଣ୍ଟା ମଧ୍ୟରେ 3320 ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ସହ 95 ଜଣଙ୍କର ମୃତ୍ୟୁ ହୋଇଥିବା କହିଛି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ। ଶନିବାର ସକାଳ ସୁଦ୍ଧା ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ରହିଛି 59,662 । ଏମାନଙ୍କ ମଧ୍ୟରୁ 39,834 ଜଣଙ୍କ ଚିକିତ୍ସା ଚାଲିଥିବା ବେଳେ 17,847 ଜଣ ସୁସ୍ଥ ହୋଇ ସାରିଲେଣି ଓ 1,981ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି ।

ଏହିପରି, ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ 29.91 ପ୍ରତିଶତ ରୋଗୀ ସୁସ୍ଥ ହୋଇଛନ୍ତି” ବୋଲି ସୂଚନା ମିଳିଛି । ମହାରାଷ୍ଟ୍ରରେ ସର୍ବାଧିକ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏବେ ଏଠାରେ ସଂକ୍ରମିତଙ୍କ ସଂଖ୍ୟା ରହିଛି 19,063। ସେହିପରି ଗୁଜରାଟରେ 7,402 ଓ ଦିଲ୍ଲୀରେ 6,318 ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି।