ଅଭିନେତ୍ରୀଙ୍କୁ ଜଣେ ୟୁଜର୍ସ ପଚାରିଲେ ତୁମେ ମଦ ଆଣିବାକୁ ବାହାରକୁ ଯାଇଥିଲା କି ! ପ୍ରଶ୍ନର ଉତର ଏଭଳି ଦେଲେ ଅଭିନେତ୍ରୀ

Rakul Preet Singh

କରୋନାଭାଇରସ୍ କାରଣରୁ ନିକଟରେ ସରକାର ଦେଶ ବ୍ୟାପି ଲକ ଡାଉନ ଘୋଷଣା କରିଥିଲେ, ଗ୍ରୀନ୍ ଜୋନ୍ ଅଞ୍ଚଳରେ ମଦ ଦୋକାନ ଖୋଲିବାକୁ ଘୋଷଣା ମଧ୍ୟ କରିଥିଲେ। ଏବଂ ଏହା ପରେ ଯେଉଁଠାରେ ଦୋକାନ ଖୋଲିଲା ସେଠାରେ ବହୁତ ଲୋକ ଭିଡ ଦେଖିବାକୁ ମିଳିଥିଲା

ଏହି ସମୟରେ,ରକୁଲ ପ୍ରୀତ ସିଂଙ୍କ ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା, ଯେଉଁଥିରେ ସେ ହାତରେ କିଛି ମେଡ଼ିସିନ ଧରି ରାସ୍ତା ପାର ହେଉଥିବା ଦେଖିବାକୁ ମିଳିଥିଲା।

କ୍ୟାମେରାରେ ରାକୁଲ ପ୍ରୀତ ସିଂ ନଜର ଆସିଥିଲେ ଏବଂ ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ରାକୁଲ ପ୍ରୀତ ସିଂଙ୍କ ଏହି ଭିଡିଓରେ କିଛି ପ୍ରଶଂସକ ପ୍ରଶ୍ନ କରିଛନ୍ତି ଏମିତିକି ଜଣେ ପ୍ରଶ୍ନ କରିଥିଲେ ଯେ ଆପଣ ମଧ୍ୟ ଲକଡାଉନରେ ମଦ କିଣିବାକୁ ବାହାରକୁ ଯାଇଛନ୍ତି କି?

ରାକୁଲ ପ୍ରୀତ ସିଂ ଟ୍ୱିଟର ମାଧ୍ୟମରେ ଏହି ଭିଡିଓକୁ ରିଟ୍ୱିଟ କରି ଲେଖିଛନ୍ତି, ୱୋ, ମୁଁ ଜାଣି ନଥିଲି ଯେ ମେଡିକାଲ ଦୋକାନରେ ମଧ୍ୟ ମଦ ବିକ୍ରି କରାଯାଉଛି।’ ରାକୁଲ ପ୍ରୀତ ସିଂଙ୍କ ଏହି ଟୁଇଟ୍ ନିଶ୍ଚିତ ଭାବରେ ପ୍ରଶଂସକଙ୍କ ଏପରି ପ୍ରଶ୍ନ ପଚାରୁଥିବା ମୁହଁ ନିଶ୍ଚୟ ବନ୍ଦ କରି ଦେଇଥିବ।

Leave a Reply