ଟ୍ରମ୍ପ ଙ୍କ ବଡ ବୟାନ କହିଲେ ପର୍ଲ ହାର୍ବର୍ ଏବଂ 9/11 ଆକ୍ରମଣ ଅପେକ୍ଷା ଏହା ଭୟଙ୍କର ଏବଂ ଏହାକୁ ଏକ ଯୁଦ୍ଧ ଭାବରେ ହିଁ…

ହ୍ୱାଇଟ ହାଉସର ଓଭାଲ ଅଫିସରେ ସେ ନର୍ସମାନଙ୍କ ସହ ଏକ ସାକ୍ଷାତକାର ସମୟରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଆମ ଦେଶରେ ବର୍ତମାନ ସବୁଠୁ ଖରାପ ପରିସ୍ଥିତିର ସମ୍ମୁଖୀନ ହୋଇଛି। ଏହା ବାସ୍ତବରେ ସବୁଠାରୁ ଖରାପ ଆକ୍ରମଣ ଏମିତିକି ଏହା ପର୍ଲ ହାର୍ବର୍ ଏବଂ 9/11 ଆକ୍ରମଣ ଠାରୁ ବି ଖରାପ ଅଟେ। ବିଶ୍ୱ ବାଣିଜ୍ୟ କେନ୍ଦ୍ର ଉପରେ ହୋଇଥିବା ଆକ୍ରମଣ ଅପେକ୍ଷା ଏହା ବହୁତ ଖରାପ ଓ ଭୟଙ୍କର ପରିସ୍ଥିତି ଅଟେ । ପୂର୍ବରୁ ଏପରି ଭୟଙ୍କର ଆକ୍ରମଣ କେବେ ହୋଇନାହିଁ।

ହ୍ୱାଇଟ ହାଉସରେ ହୋଇଥିବା ଅନ୍ୟ ଏକ କାର୍ଯ୍ୟକ୍ରମରେ ଯେତେବେଳେ କୋଭିଡ -19 କୁ ପର୍ଲ ହାର୍ବୋର ଏବଂ 11 ସେପ୍ଟେମ୍ବର 2001 ଆକ୍ରମଣ ତୁଳନାରେ ସାମ୍ବାଦିକମାନଙ୍କୁ ତାଙ୍କ ମନ୍ତବ୍ୟ ବିଷୟରେ ପଚରାଯାଇଥିଲା, ଟ୍ରମ୍ପ କହିଛନ୍ତି ଯେ ମୁଁ ଏହି ଅଦୃଶ୍ୟ ଶତ୍ରୁକୁ ଯୁଦ୍ଧ ଭାବରେ ଦେଖୁଛି। । ଏଭଳି ପରିସ୍ଥିତି କୁ ରୋକାଯାଇପାରି ଥାନ୍ତା କିନ୍ତୁ ତାହା କରାଯାଇ ନଥିଲା ଏବଂ ସିଧା ସିଧା WHO କୁ ଦାୟୀ କରିଛନ୍ତି ଟ୍ରମ୍ପ ।

ସେ କହିଛନ୍ତି, ‘ପର୍ଲ ହାର୍ବର୍ ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ଅପେକ୍ଷା ଏଥିରେ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏଥିରେ ବିଶ୍ୱ ବାଣିଜ୍ୟ କେନ୍ଦ୍ର ଉପରେ ହୋଇଥିବା ଆକ୍ରମଣରେ ମୃତ୍ୟୁବରଣ କରିଥିବା ଲୋକଙ୍କ ଅପେକ୍ଷା ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି, ସେହି ଆକ୍ରମଣରେ ୩ ୦୦୦ ହଜାର ଲୋକ ପ୍ରାଣ ହରାଇଲେ, ଦୁର୍ଭାଗ୍ୟବଶତଃ ଆମେ ଏହି ସଂଖ୍ୟା ଅତିକ୍ରମ କରିଛୁ।

ଆମେ ଏହାକୁ ଏକ ଯୁଦ୍ଧ ଭାବରେ ହିଁ ଦେଖିବା କହିଲେ କିଛି ଭୁଲ ହେବ ନାହିଁ । ସୂଚନା ଅନୁଯାୟୀ ବୁଧବାର ସୁଦ୍ଧା ଆମେରିକାରେ କରୋନା ଭୁତାଣୁ ରେ ୭୨,୦୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ୧୨ ଲକ୍ଷ ରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ଜଣାପଡିଛି।

Leave a Reply