କରୋନାଭାଇରସ୍ କାରଣରୁ ସମଗ୍ର ବିଶ୍ୱରେ କ୍ରିକେଟ୍ କାର୍ଯ୍ୟକଳାପ ବନ୍ଦ ହୋଇଯାଇଛି ଏବଂ ଏଭଳି ପରିସ୍ଥିତିରେ ସମସ୍ତ ଖେଳାଳି ନିଜ ନିଜ ଘରେ ରହୁଥିବା ବେଳେ ସୋସିଆଲ ମିଡିଆରେ ମଧ୍ୟ ଅଧିକ ସମୟ ବିତାଉଛନ୍ତି,ଠିକ ସେହି ଭଳି କିଛି ଦିନ ହେବ ଅଷ୍ଟ୍ରେଲୀୟ ଓପନର୍ ଡେଭିଡ୍ ୱାର୍ଣ୍ଣର ତାଙ୍କ ପତ୍ନୀ ଙ୍କ ସହିତ ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଅତ୍ୟନ୍ତ ସକ୍ରିୟ ହୋଇଥିବା ଦେଖାଦେଇଛି ।

ଏଭଳି ପରିସ୍ଥିତିରେ ଡେଭିଡ୍ ୱାର୍ଣ୍ଣର ତାଙ୍କ ପରିବାର ସହିତ ସମୟ ବିତାଉଛନ୍ତି ଏବଂ ୱାର୍ଣ୍ଣର ଗତ କିଛି ସପ୍ତାହ ପୂର୍ବେ ଟିକ୍ ଟୋକ୍ (Tik tok) ସହିତ ଯୋଡି ହୋଇଯାଇଛନ୍ତି,ଏବଂ ଟିକ୍ ଟୋକ୍ ରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ତାଙ୍କ ପତ୍ନୀ ଙ୍କ ସହିତ ତେଲୁଗୁ ଗୀତରେ ନାଚୁଥିବାର ନଜର ଆସିଛନ୍ତି। ଟିକ୍ ଟକ୍ ରେ ୩.୫୬ କୋଟିରୁ ଅଧିକ ଲୋକ ଏହି ଗୀତ ଦେଖିସାରିଛନ୍ତି ।
ଭିଡିଓରେ ୱାର୍ଣ୍ଣର ଏବଂ କ୍ୟାଣ୍ଡିସ୍ ‘ବୁଟା ବୋମା …’ ଗୀତରେ ନାଚିଛନ୍ତି। ଏହି ଗୀତଟି ଦକ୍ଷିଣ ଭାରତୀୟ ପ୍ରସିଦ୍ଧ ଅଭିନେତା ଅଲୁ ଅର୍ଜୁନଙ୍କ ଅଟେ। ଏହି ଗୀତରେ ୱାର୍ଣ୍ଣର ଏବଂ ତାଙ୍କ ପତ୍ନୀ ଏକ ନୃତ୍ୟ ପରିବେଷଣ କରୁଥିବାବେଳେ ସେମାନଙ୍କ ଝିଅ ମଧ୍ୟ ନଜର ଆସିଛନ୍ତି। ୱାର୍ଣ୍ଣର ଟିକ୍ ଟକ୍ ଭିଡିଓ ଟ୍ୱିଟର ଏବଂ ଇନଷ୍ଟାଗ୍ରାମରେ ମଧ୍ୟ ସେୟାର କରିଛନ୍ତି। ଟ୍ୱିଟରରେ ଏହି ଭିଡିଓ ଦେଖିବା ପରେ ଅଲୁ ଅର୍ଜୁନ ତାଙ୍କୁ ଏକ ଟ୍ୟାଗିଂ କରି ଏକ ଗୀତ ବାଛି ଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।