ବଲିଉଡର କଣ୍ଠଶିଳ୍ପୀ କନିକା କପୂର ନିକଟରେ ୯ ମାର୍ଚ୍ଚରେ ଲଣ୍ଡନରୁ ଫେରିବା ପରେ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ଜଣା ପଡିଥିଲା । ଏୟାରପୋର୍ଟରେ ତାଙ୍କର ଥର୍ମାଲ ସ୍କ୍ରିନିଂ ହୋଇଥିଲା ହେଲେ କୌଣସି COVID19 ଭୂତାଣୁର ଲକ୍ଷଣ ପରିଲକ୍ଷିତ ହୋଇନଥିଲା । ଏବଂ ସେ ନିଜେ ତାଙ୍କ ଇଂସ୍ଟଗ୍ରାମ ରେ ସେୟାର କରି ଏହି ସୂଚନା ମଧ୍ୟ ଦେଇଥିଲେ ।

ଲଣ୍ଡନରୁ ଫେରିବା ପରେ କନିକା ଲଖ୍ନୌରେ ଏକ ପାର୍ଟିରେ ଯୋଗଦେଇଥିଲେ ପାର୍ଟିରେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଏବଂ ତାଙ୍କ ସାଂସଦ ପୁଅ ଦୁଷ୍ୟନ୍ତ ସିଂ ମଧ୍ୟ ସାମିଲ ହୋଇଥିଲେ,ୟୁପିରେ ସ୍ବାସ୍ଥ୍ୟ ପରୀକ୍ଷା ନ କରାଇ ବିଭିନ୍ନ ପାର୍ଟିରେ ଯୋଗ ଦେଇଥିଲେ,ପରେ ତାଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଇ କ୍ୟାଣ୍ଟିନରେ ରଖାଯାଇଥିଲା ।

ଚିକିତ୍ସା ପରେ, ଯେତେବେଳେ କରୋନା ତିନିଥର ନେଗେଟିଭ ଆସିଲା, କାନିକାଙ୍କୁ ଡିସଚାର୍ଜ କରାଯାଇଥିଲା,ବଲିଉଡ ଗାୟିକା କନିକା କପୁର କରୋନା ସଂକ୍ରମଣ ରୁ ମୁକ୍ତ ହେବା ପରେ ବର୍ତମାନ କନିକା କପୁର ଙ୍କୁ ପୋଲିସ ନୋଟିସ ଦେଇଛି,୩୦ ଏପ୍ରିଲ ସୁଦ୍ଧା ବୟାନ ରେକର୍ଡ କରାଯିବ,ଏବଂ ପୋଲିସର ସୂଚନାନୁସାରେ, କାନିକା ତଦନ୍ତରେ ସହଯୋଗ କରୁଛନ୍ତି।,ଗାୟିକା କନିକା କପୁର ବଲିଉଡର ପ୍ରଥମ ବ୍ୟକ୍ତି ଯିଏକି କରୋନା ଭୁତାଣୁ ଦ୍ୱାରା ସଂକ୍ରମଣ ହୋଇଥିଲେ ।