କରୋନା ଭୁତାଣୁ ଯୋଗୁଁ ସମଗ୍ର ଦେଶରେ ପ୍ରାୟ ଲକଡାଉନ୍ ର ପରିସ୍ଥିତି ସୃଷ୍ଟି ହେଇଛି,ଫଳରେ ସମଗ୍ର ବିଶ୍ୱର ଅର୍ଥନୀତି ପ୍ରଭାବିତ ହେଉଛି,ଭାରତର ପଡୋଶୀ ଦେଶ ଶ୍ରୀଲଙ୍କା ଉପରେ ମଧ୍ୟ ପ୍ରଭାବ ପକାଇଥିବା ଦେଖାଦେଇଛି,ହି ପରିସ୍ଥିତିର ମୁକାବିଲା ପାଇଁ ଶ୍ରୀଲଙ୍କା ସରକାର ସମସ୍ତ ଉଦ୍ୟମ କରୁଛନ୍ତି।

ବର୍ତ୍ତମାନ ବୈଦେଶିକ ମୁଦ୍ରା ଭଣ୍ଡାରକୁ ମଜବୁତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଏହି କାରଣରୁ ଶ୍ରୀଲଙ୍କା ସରକାର ଭାରତୀୟ ରିଜର୍ଭ ବ୍ୟାଙ୍କ ସହିତ ୪୦ କୋଟି ଡଲାର ଅଦଳବଦଳ କରିବା ପାଇଁ ଚୁକ୍ତି କରିବାପାଇଁ ଯାଉଛନ୍ତି। ଏବଂ ସେ କହିଛନ୍ତି ଯେ ଶ୍ରୀଲଙ୍କା ରିଜର୍ଭ ବ୍ୟାଙ୍କ ସହିତ ୪୦ କୋଟି ଡଲାର ର ଚୁକ୍ତି କରିବ। ଏବଂ ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଦେଶର ବୈଦେଶିକ ମୁଦ୍ରା ଭଣ୍ଡାରକୁ ମଜବୁତ କରିବ ।

ଏହି ସୂଚନା ପ୍ରଦାନ କରି ଶ୍ରୀଲଙ୍କାର ସୂଚନା ଓ ପ୍ରସାରଣ ମନ୍ତ୍ରୀ ବାନ୍ଦୁଲା ଗୁଣବର୍ଦ୍ଧନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପକ୍ଷେ ଙ୍କ ଦ୍ୱାରା ରଖାଯାଇଥିବା ରିଜର୍ଭ ବ୍ୟାଙ୍କ ସହିତ ଆର୍ଥିକ ସୁବିଧା ଚୁକ୍ତି ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି। ଏହା ଦେଶକୁ ସ୍ୱଳ୍ପ ମିଆଦି ଆନ୍ତର୍ଜାତୀୟ ନଗଦ ଆବଶ୍ୟକତା ପୂରଣ କରିବାରେ ସାହାଯ୍ୟ କରିବ ବୋଲି କହିଛନ୍ତି।