ପୁଣି ଏହି ବ୍ୟକ୍ତି ଙ୍କୁ ପଛରେ ପକାଇ ଏସିୟା ମହାଦେଶର ଶ୍ରେଷ୍ଠ ଧନି ବ୍ୟକ୍ତି ତାଲିକାରେ ଏହି ଶିଳ୍ପପତି

ବ୍ଲୁମବର୍ଗ ବିଲିୟୋନେୟର୍ସ ଇଣ୍ଡେକ୍ସରୁ ଜଣାପଡିଛି ଯେ ଦୀର୍ଘ ଦିନ ଧରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଏସିୟା ମହାଦେଶର ଶ୍ରେଷ୍ଠ ଧନି ବ୍ୟକ୍ତି ତାଲିକାରେ ଥିଲେ,କିନ୍ତୁ ବିଶ୍ୱ ଷ୍ଟକ୍ ବଜାର ଓ ତୈଳ କ୍ଷେତ୍ରରେ ଦେଖା ଦେଇଥିବା ହ୍ରାସ ଯୋଗୁ ମୁକେଶ ୫.୮ ବିଲିୟନ ଡଲାରର କ୍ଷତିରେ ପଡିଥିବା ବେଳେ ଧନି ବ୍ୟକ୍ତି ସୂଚୀରେ ଦ୍ୱିତୀୟ ସ୍ଥାନକୁ ଖସି ଯାଇଥିଲେ, ଏବଂ ପ୍ରଥମ ସ୍ଥାନରେ ଆଲିବାବା ଗ୍ରୁପ ହୋଲ୍ଡିଂସ୍ ଲିର ଜ୍ୟାକ୍ ମା ୪୪.୫ ବିଲିୟନ ସମ୍ପତ୍ତି ସହ ପୁଣି ସୂଚୀର ଶିର୍ଷ ସ୍ଥାନ ଅକ୍ତିଆର କରିଥିଲେ ।

କ୍ଲାଉଡ କମ୍ପ୍ୟୁଟିଂ ଏବଂ ମୋବାଇଲ ଆପ୍ ସର୍ଭିସର ଚାହିଦା ଆଲିବାବା ପରିସ୍ଥିତିର ମୁକାବିଲା କରିବା ସହ ଏବେ ଭଲ ଲାଭ ବି କମାଇ ଥିଲେ । କିନ୍ତୁ ବର୍ତମାନ ବ୍ଲୁମବର୍ଗ ବିଲିୟୋନେୟର୍ସ ଇଣ୍ଡେକ୍ସରୁ ଜଣାପଡିଛି ଯେ ଫେସ୍‌ବୁକ୍‌ ସହିତ ରିଲାଏନ୍ସ୍‌ ଜିଓର ଚୁକ୍ତିପରେ ମୁକେଶ ଅମ୍ବାନୀ ଏସିଆର ବିତ୍ତଶାଳୀ ଶିଳ୍ପପତି ତାଲିକାରେ ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି। ଏହାପୂର୍ବରୁ ଏହି ସ୍ଥାନରେ ଚାଇନାର ଆଲିବାବା ସଂସ୍ଥାପକ ଶିଳ୍ପପତି ଜ୍ୟାକ୍‌ ମା ଥିଲେ।

ଫେସବୁକ୍‌ ସହିତ ଚୁକ୍ତି ପରେ ମୁକେଶଙ୍କ ସମ୍ପତ୍ତି ୪୭୦ କୋଟି ଡଲାର ବୃଦ୍ଧି ହୋଇ ୪୯୨୦ କୋଟିରେ ପହଞ୍ଚିଛି।୨୦୦୯ ମସିହା ପରେ ରିଲାଏନ୍ସ ପାଇଁ ଏହା ପ୍ରଥମ ଘଟଣା ଯାହା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ସେୟାରରେ ୧୨ ପ୍ରତିଶତ ହ୍ରାସ ହୋଇଥିଲା । ତେବେ ଉପୁଜିଥିବା ପରିସ୍ଥିତିରୁ ଅମ୍ବାନୀ ଖୁବ୍ ଶୀଘ୍ର ପୂର୍ବ ଅବସ୍ଥାକୁ ଫେରିପାରନ୍ତି ବୋଲି ପୂର୍ବରୁ ଆଶା ମଧ୍ୟ କରାଯାଉଥିଲା ।

Leave a Reply