ସୁବ୍ରତ ପତି ନାମକ ଜଣେ ଶିକ୍ଷକ ସେ କୋଲକାତା (ପଶ୍ଚିମବଙ୍ଗ) ର ଦୁଇଟି ଶିକ୍ଷାନୁଷ୍ଠାନରେ ଶିକ୍ଷାଦାନ କରନ୍ତି । ସେ ଏହି ଅନୁଷ୍ଠାନଗୁଡ଼ିକରେ ଇତିହାସ ପଢେଇଥାନ୍ତି, ଗତ ମାର୍ଚ୍ଚ ଠାରୁ ସାରା ଦେଶରେ କରୋନା ଭୁତାଣୁ ଯୋଗୁଁ ଲକଡାଉନ୍ ଘୋଷଣା କରାଯାଇଛି। ତାଲା ପକାଇବା ଘୋଷଣା ସମୟରେ ସୁବ୍ରତ ପଶ୍ଚିମବଙ୍ଗର ବାଙ୍କୁରା ଜିଲ୍ଲାର ତାଙ୍କ ଗ୍ରାମ ଅହଣ୍ଡାଠାରେ ରହୁଥିଲେ।

ଆଜିକାଲି ସୁବ୍ରତ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚାର ବିଷୟ ପାଲଟିଛି କାରଣ ଏହା ପଛର କାହାଣୀ ହେଉଛି ଯେ ସେମାନେ ପ୍ରତିଦିନ ଏକ ନିମ ଗଛରେ ଚଢ଼ି ତାଙ୍କ ଶ୍ରେଣୀ ଛାତ୍ର ମାନଙ୍କ ପାଇଁ କ୍ଲାସ ନେଇଥାନ୍ତି । ୩୫ ବର୍ଷୀୟ ସୁବ୍ରତ ପତି ଏହି ଗଛ ଉପରେ ଏଭଳି ଏକ ବସା ତିଆରି କରି ଏହାକୁ ନିଜ ଶ୍ରେଣୀଗୃହରେ ପରିଣତ କରିଛନ୍ତି।

ଏମିତି କରିବା କାରଣ ଏହା ଯେ ଗାଁରେ ନେଟୱାର୍କର ଅନେକ ସମସ୍ୟା ଦେଖା ଦେଉଥିଲା ଏବଂ ସେ ଏହି ସମସ୍ୟାର ସମାଧାନ ଖୋଜି ଏଭଳି ଏକ ନିମ ଗଛ ଉପରେ କ୍ଲାସ ନେଉଥିବାର କହିଛନ୍ତି ।ସେ କହିଛନ୍ତି, “ଛାତ୍ରମାନେ ମୋର ଆତ୍ମବିଶ୍ୱାସ ବଢ଼ାଉଛନ୍ତି। ସେମାନେ ସର୍ବଦା ବହୁତ ସାହାଯ୍ୟ କରିଆସୁଛନ୍ତି। ସେମାନେ ମୋତେ ନିଶ୍ଚିତ କରିଛନ୍ତି ଯେ ମୋ ପେପର ରେ ଭଲ ସ୍କୋର କରିବାକୁ ସେମାନେ ଚେଷ୍ଟା କରିବେ।” ସେ ଶିକ୍ଷକ ଜଣକ ମଧ୍ୟ କହିଛନ୍ତି ।

ପୂର୍ବରୁ ମଧ୍ୟ ଏଭଳି ଲକଡାଉନ ସମୟରେ ସମସ୍ତେ ନିଜ ଘରେ ରହି ସାମାଜିକ ଦୂରତା ନିୟମ ପାଳନ କରୁଥିବା ବେଳେ ଅମ୍ପାୟାର ଅନିଲ ଚୋୖଧୁରୀ ଙ୍କୁ ଏଭଳି ଗଛ ଉପରେ ଛାଡୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଅମ୍ପାୟାର ଅନିଲ ଚୋୖଧୁରୀ ଏକ ସାକ୍ଷାତକାର ରେ କହିବା ଅନୁଯାଇ ସେଠାରେ ଖରାପ ନେଟୱାର୍କ ହେତୁ ଗାଁ ର କୌଣସି ସ୍ୱତନ୍ତ୍ର ଛାତ କିମ୍ବା ଗାଁ ବାହାରେ କୌଣସି ଗଛ ର ସାହାଯ୍ୟ ନେବାକୁ ପଡୁଛି କାହିଁକି ନା କରୋନାଭାଇରସ୍ ଯୋଗୁଁ ସାମାଜିକ ଦୂରତା ମଧ୍ୟ ପାଳନ କରିବାକୁ ପଡୁଛି ବୋଲି କହିଥିଲେ ।