ସାମାଜିକ ଦୂରତ୍ୱ ଏବଂ ଗ୍ରୀଷ୍ମପ୍ରବାହ କୁ ନଜର ରଖି ଗଞ୍ଜାମ ଜିଲ୍ଲାର ସମସ୍ତ ବ୍ୟାଙ୍କ କେବଳ ଏହି ସମୟରେ ହିଁ ଖୋଲା ରହିବ

ପୁରା ଦେଶରେ କରୋନା ସଂକ୍ରମଣ ସଂଖ୍ୟା ବଢିବା ଦୃଷ୍ଟି କୁ ନଜର ରେ ରଖି ଦେଶବ୍ୟାପୀ ଲକ୍‌ଡାଉନ କୁ ମେ ୩ ତାରିଖ ପର୍ଯନ୍ତ ବଢ଼ିବାରେ କେନ୍ଦ୍ର ସରକାର ନିଷ୍ପତି ନେଇଥିଲେ,ଏଭଳି ପରିସ୍ଥିରେ ରାଜ୍ୟରେ ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଓଡ଼ିଶାରେ ଏବେ କରୋନା ପଜିଟିଭଙ୍କ ସଂଖ୍ୟା ୭୯ରେ ପହଞ୍ଚିଛି। ଏଥିସହ ସ୍ବାସ୍ଥ୍ୟ ବିଭାଗ ସୂଚନା ଅନୁସାରେ ଏହି ୫ ଜଣଙ୍କ ମଧ୍ୟରେ ୨ ଜଣ ମହିଳା, ଦୁଇ ଜଣ ପୁରୁଷ ଓ ଜଣେ ନାବାଳକ ଅଛନ୍ତି।

ଅନ୍ୟପକ୍ଷେରେ ଆଜିଠାରୁ ଗଞ୍ଜାମ ଜିଲ୍ଲାର ସମସ୍ତ ବ୍ୟାଙ୍କ ସକାଳ ୭ଟାରୁ ଅପରାହ୍ନ ୨ଟା ଯାଏଁ ଖୋଲା ରହିବ ବୋଲି ଗଞ୍ଜାମ ଜିଲ୍ଲାପାଳ ତରଫରୁ ଟୁଇଟ୍ କରି ସୂଚନା ଦେଇଛନ୍ତି। ଭିଡ଼ରୁ ନିବୃତ ରହିବା ଏବଂ ସାମାଜିକ ଦୂରତ୍ୱ ପାଳନ କରିବା ସହ ଗ୍ରୀଷ୍ମପ୍ରଭାହ କୁ ମଧ୍ୟ ଗୁରୁତ୍ବ ଦେବା ଲାଗି ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତି ନେଇଥିବା କହିଛନ୍ତି ।

ସେପଟେ ଆଉ ଜଣେ ରୋଗୀ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୋଟ ୭୯ ଆକ୍ରାନ୍ତଙ୍କ ମଧ୍ୟରୁ ବର୍ତ୍ତମାନ ୫୩ଜଣ ଚିକିତ୍ସିତ ହେଉଥିବା ବେଳେ ୨୫ଜଣ ସୁସ୍ଥ ହୋଇଛନ୍ତି ରାଜ୍ୟରେ ଜଣେ ବ୍ୟକ୍ତି କରୋନା ସଂକ୍ରମଣରେ ମୃତ୍ୟୁ ଘଟିଛି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Leave a Reply