କରୋନା ଭୁତାଣୁ ବିସ୍ତାରକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ୨୪ ମାର୍ଚ୍ଚରେ ଦେଶବ୍ୟାପୀ ୨୧ ଦିନିଆ ଲକ୍ଡାଉନ୍ ଘୋଷଣା କରିଥିଲେ। ହେଲେ ବର୍ତମାନ ସାରା ଭାରତରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଥିବାରୁ ଲକ୍ଡାଉନ୍ ସମୟ ସୀମାକୁ ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି।
ଏହା ସହିତ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏପ୍ରିଲ ୨୦ ପରେ ପରିସ୍ଥିତିର ମୂଲ୍ୟାଙ୍କନ କରିବା ପରେ ଯଦି ପରିସ୍ଥିତିରେ ବା କରୋନା ହଟ ସ୍ପଟ୍ କୌଣସି ସୁଧାର ଆସୁଛି , ତେବେ ସେଠାରେ କିଛି ସର୍ତ୍ତମୂଳକ ଲକ୍ଡାଉନ୍ କୁ କୋହଳ କରାଯିବ କିନ୍ତୁ ୨୦ ଏପ୍ରିଲ୍ ଅର୍ଥାତ୍ ଆସନ୍ତା ଏକ ସପ୍ତାହ ପାଇଁ ଦେଶର ପ୍ରତ୍ୟେକ ପୋଲିସ୍ ଷ୍ଟେସନ୍, ଅଞ୍ଚଳ, ଅଞ୍ଚଳରେ ଲକ୍ଡାଉନ୍ କଡାକଡି ଲାଗୁ କରାଯିବ।
ଏବଂ ପୂର୍ବରୁ ମଧ୍ୟ ଏହି ୧୦ ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଲକଡାଉନ୍ ବୃଦ୍ଧି କରାଯାଇଲା, ଓଡିଶା, ପଞ୍ଜାବ, ତାମିଲନାଡୁ, ମହାରାଷ୍ଟ୍ର, ତେଲେଙ୍ଗାନା, କର୍ଣ୍ଣାଟକ, ଅରୁଣାଚଳ ପ୍ରଦେଶ, ମିଜୋରାମ, ମେଘାଳୟ ଏବଂ ପଣ୍ଡିଚେରୀ ୩୦ ଏପ୍ରିଲ ପର୍ଯ୍ୟନ୍ତ ଏହି ବନ୍ଦ ଅବରୋଧ ଜାରି ରଖିବାକୁ ନିଷ୍ପତ୍ତି ନେଇସାରିଛନ୍ତି।
- ୧.ନିଜ ଘର ର ସମସ୍ତ ସଦସ୍ୟ ବା ବୟସ୍କ ବ୍ୟକ୍ତି ଙ୍କୁ ବିଶେଷ ଯତ୍ନ ନେବା ପାଇଁ ପ୍ରଧାନ ମନ୍ତ୍ରୀ କହିଛନ୍ତି।
- ୨.ସାମାଜିକ ଦୂରତା ଅନୁସରଣ କରନ୍ତୁ ଏବଂ ଘରେ ତିଆରି ମାସ୍କ ବ୍ୟବହାର କରନ୍ତୁ।
- ୩.ନିଜର ଇମ୍ୟୁନିଟି ବା ରୋଗ ପ୍ରତିରୋଧକ ଶକ୍ତି ବଢେଇବା ପାଇଁ AYUSH ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ।
- ୪.କରୋନା ସଂକ୍ରମଣର ବିସ୍ତାରକୁ ରୋକିବା ପାଇଁ ଏବଂ ସଠିକ୍ ସୂଚନା ଜାଣିବା ପାଇଁ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ୍ କରନ୍ତୁ।
- ୫.ଯଥାସମ୍ଭବ ଗରିବ ଲୋକମାନଙ୍କୁ ସାହାଯ୍ୟ କରନ୍ତୁ।
- ୬.ସମ୍ୱେଦନା ସିଲା ହୋଇ ବ୍ୟବସାୟ, ଶିଳ୍ପରୁ ନିଯୁକ୍ତି ରୁ କାହାକୁ ବାହାର କରନ୍ତୁ ନାହିଁ।
- ୭.ସ୍ୱାସ୍ଥ୍ୟ କର୍ମୀ, ଡାକ୍ତର, ନର୍ସ ଭଳି କରୋନା ଯୋଦ୍ଧାମାନଙ୍କୁ ସମ୍ମାନ ଦିଅନ୍ତୁ ବୋଲି ପ୍ରଧାନ ମନ୍ତ୍ରୀ ସମସ୍ତ ଦେଶ ବାସୀଙ୍କୁ ଅନୁରୋଧ କରିଛନ୍ତି ।