ଆମେରିକା,ବ୍ରାଜିଲ ପରେ ଏହି ଦେଶର ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଲେ ଏମିତି ଏବଂ ଏଭଳି ଜବାବ ଦେଲେ ପ୍ରଧାନମନ୍ତ୍ରୀ ମୋଦି…

କରୋନାଭାଇରସ୍ ବିଶ୍ୱବ୍ୟାପୀ କାୟା ବିସ୍ତାର କରିଛି, ଏହି ଭୟଙ୍କର ନୁଆଁ କରୋନାଭାଇରସ୍ ଯୋଗୁଁ ସମଗ୍ର ବିଶ୍ୱ କରୋନା ଭାଇରସ ସହିତ ଲଢେଇ କରୁଛନ୍ତି। ଏହି କଷ୍ଟ ସମୟରେ ସମଗ୍ର ବିଶ୍ୱ ପାଇଁ ଭାରତ ଏକ ଉଦାହରଣ ପାଲଟିଛି, ଏମିତିକି ଆମ ଦେଶରେ ତିଆରି କରାଯାଉଥିବା ହାଇଡ୍ରୋକ୍ସିଚ୍ଲୋରୋକାଇନ୍ ଔଷଧ ରପ୍ତାନି ପାଇଁ ଅନୁମୋଦନ କରି ଆମେରିକା, ବ୍ରାଜିଲ ଓ ବର୍ତମାନ ଇସ୍ରାଏଲକୁ ମଧ୍ୟ ହାଇଡ୍ରୋକ୍ଲୋରୋକାଇନ୍ ପଠାଇଛି, ଏହି ପରିପେକ୍ଷୀରେ ସମସ୍ତେ ପ୍ରଧାନ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛନ୍ତି ।

ଏପରି ବିପତ୍ତି ସମୟରେ ନେତାନ୍ୟାହୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ଏବଂ ଟ୍ୱିଟ୍ କରି କହିଛନ୍ତି ହାଇଡ୍ରୋକ୍ସିକ୍ଲୋରୋକାଇନ୍ ସମେତ ୫ ଟନ୍ ସାମଗ୍ରୀ ପଠାଇ ଥିବାରୁ , ମୋର ପ୍ରିୟ ବନ୍ଧୁ ନରେନ୍ଦ୍ର ମୋଦୀ ଙ୍କୁ ଧନ୍ୟବାଦ। ଇସ୍ରାଏଲର ସମସ୍ତ ନାଗରିକ ଆପଣଙ୍କୁ ଧନ୍ୟବାଦ ଜଣାଉଛନ୍ତି ।

ଜବାବରେ ପ୍ରଧାନ ମନ୍ତ୍ରୀ ମୋଦି ମଧ୍ୟ କହିଛନ୍ତି ଯେ ଏହି ମାରାତ୍ମକ ଭୁତାଣୁ ବିରୋଧରେ ଅଭିଯାନରେ ଭାରତ ନିଜ ବନ୍ଧୁମାନଙ୍କୁ ସମର୍ଥନ କରିବାକୁ ପ୍ରସ୍ତୁତ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରିଛନ୍ତି। ମିଳିତ ଭାବେ ଆମେ ଏହି ମହାମାରୀ ବିରୋଧରେ ଲଢେଇ କରୁଛନ୍ତି ଏବଂ ଏଥିପାଇଁ ଭାରତ ନିଜ ବନ୍ଧୁମାନଙ୍କୁ ଯଥାସମ୍ଭବ ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛି। ଆମେ ଇସ୍ରାଏଲର ଲୋକଙ୍କୁ ଉତ୍ତମ ଏବଂ ଉନ୍ନତ ସ୍ୱାସ୍ଥ୍ୟ କାମନା କରୁଛୁ ବୋଲି ପ୍ରଧାନ ମନ୍ତ୍ରୀ ମୋଦି କହିଚିଛନ୍ତି ।

Leave a Reply