ଆମେରିକାରେ କରୋନା ଭାଇରସ୍ ସବୁଠାରୁ ଅଧିକା ସଂକ୍ରମଣ ମାମଲା ହୋଇଥିବା ବେଳେ ପ୍ରତିଦିନ ଏଠାରେ ମୃତ୍ୟୁ ମାମଲା ବଢ଼ିବାରେ ଲାଗିଛି। ଏହି ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଚୀନ୍ ପ୍ରତି ଅଧିକ ଧ୍ୟାନ ଦେଉଥିବା ଅଭିଯୋଗ କରିଛନ୍ତି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଉପରେ ନିଜର କ୍ରୋଧ ପ୍ରକାଶ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ,ଏମିତିକି ସବୁଠାରୁ ଅଧିକା ୧୭ ପ୍ରତିଶତ ଆର୍ଥିକ ସହାୟତା ଦେଉଥିବା ଆମେରିକା ବର୍ତମାନ ଆର୍ଥିକ ସହାୟତା ନ ଦେବା ପାଇଁ କଟକଣା ଜାରିକରିଥିବା ଜଣା ପଡିଛି । ଅନ୍ୟପକ୍ଷରେ WHO କୁ ସମ୍ପୂର୍ଣ ଆର୍ଥିକ ସହାୟତା ମିଳୁଥିବା ପାଣ୍ଠି ର ମାତ୍ର ୧ ପ୍ରତିଶତ ଚୀନ ପ୍ରଦାନ କରିଥାଏ, WHO ଚୀନ୍ ପ୍ରତି ଅଧିକ ଧ୍ୟାନ ଦେଉଥିବା ଅଭିଯୋଗ କରି ଟ୍ରମ୍ପ ମଧ୍ୟ ଅର୍ଥ ବନ୍ଦ କରିବାକୁ ଧମକ ଦେଇଛନ୍ତି ।

WHO କ’ଣ କରେ, ଏବଂ ଏହା କେଉଁଠାରୁ ପାଣ୍ଠି ପାଇଥାଏ ଜାଣନ୍ତୁ : WHO ର ଅର୍ଥ ହେଉଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ,UN ଦ୍ୱାରା ୭ ଏପ୍ରିଲ ୧୯୪୮ ରେ ପ୍ରତିଷ୍ଠିତ ହୋଇଥିଲା,ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ହେଉଛି ସ୍ୱାସ୍ଥ୍ୟ ପାଇଁ ମିଳିତ ଜାତିସଂଘର ବିଶେଷଜ୍ଞ ଙ୍କ ଏଜେନ୍ସି ଯାହା ଏକ ଆନ୍ତର୍ଜାତୀୟ ସଂଗଠନ ଏହା ସହିତ ଜଡିତ ସଦସ୍ୟ ଦେଶର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସହିତ ମିଳିତ ଭାବରେ କାର୍ଯ୍ୟ କରିଥାଏ। ଏହାର ମୁଖ୍ୟାଳୟ ସ୍ୱିଜରଲ୍ୟାଣ୍ଡର ଜେନେଭାରେ ଅବସ୍ଥିତ, WHO ର ମୁଖ୍ୟ ବର୍ତ୍ତମାନ ଟେଡ୍ରୋସ୍ ଆଡାନମ୍ (Tedros Adhanom) ଅଟନ୍ତି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମଗ୍ର ବିଶ୍ୱର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପ୍ରସଙ୍ଗରେ ନେତୃତ୍ୱ ଠାରୁ ଆରମ୍ଭ କରି ନିୟମ ଏବଂ ମାନ ସ୍ଥିର କରିବା, ଦେଶମାନଙ୍କୁ ବୈଷୟିକ ସହାୟତା ଯୋଗାଇବା ଏବଂ ସ୍ୱାସ୍ଥ୍ୟ ଧାରା ଉପରେ ନଜର ରଖିବା ଏବଂ ମୂଲ୍ୟାଙ୍କନ କରିବା ଭଳି ବହୁ ଗୁରୁତ୍ୱପୂର୍ଣ କାର୍ଯ୍ୟ କରିଥାଏ ।