ଆପଣ ଏବଂ ଆପଣଙ୍କ ପରିବାରର ମାନସିକତା ପାଇଁ ୨୧ ଦିନିଆ ଲକଡାଉନ୍ ସମୟରେ ଏହା ନିହାତି ଜରୁରୀ…

କରୋନାଭାଇରସ୍ ବିଶ୍ୱବ୍ୟାପୀ କାୟା ବିସ୍ତାର କରିଛି, କେବଳ ଆମ ଦେଶରେ ନୁହେଁ ସମଗ୍ର ବିଶ୍ୱରେ ଏହି ରୋଗରେ ପୀଡିତ ରୋଗୀଙ୍କ ସଂଖ୍ୟା କ୍ରମାଗତ ଦ୍ରୁତ ଗତିରେ ବୃଦ୍ଧି ପାଉଛି,ଏହି ଭୟଙ୍କର ନୁଆଁ କରୋନାଭାଇରସ୍ ଯୋଗୁଁ ସାରା ଦେଶରେ ୨୧ ଦିନ ପାଇଁ ଲକଡାଉନ୍ କରିଦିଯାଇଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ଘୋଷଣା କରିଛି । ଫଳରେ ଲୋକଙ୍କ ଏନେଇ ମନରେ ସ୍ୱାଭାବିକ ଭାବରେ କିଛି ଚିନ୍ତା, ଦ୍ୱନ୍ଦ୍ୱ, ଉଦାସୀନତା ଏବଂ ଅନିଶ୍ଚିତତା ମଧ୍ୟସୃଷ୍ଟି କରିଛି,ଲକଡାଉନ୍ ସମୟରେ, ଆପଣ ଏବଂ ଆପଣଙ୍କ ପରିବାରର ମାନସିକ ସ୍ୱାସ୍ଥ୍ୟ ମଧ୍ୟ ଯତ୍ନ ନେବା ନିହାତି ଆବଶ୍ୟକ ।

ଲକଡାଉନ ସମୟରେ ଆମକୁ ଏବଂ ଆମ ପରିବାରର ମାନସିକ ସ୍ୱାସ୍ଥ୍ୟର ଯତ୍ନ କିଭଳି ନେବାକୁ ପଡ଼ିବ ଏନେଇ ଭାରତ ସରକାରଙ୍କ ଜୟପୁର ଇଏସଆଇ ମଣ୍ଡଳ ହସ୍ପିଟାଲର ମାନସିକ ରୋଗ ବିଭାଗର ମୁଖ୍ୟ ଡକ୍ଟର ଅଖିଳେଶ ଜୈନ କହିଛନ୍ତି ଯେ ଏହି ପରିସ୍ଥିତିରେ ଚିନ୍ତା,ବିରକ୍ତିକରତା, ଦ୍ୱନ୍ଦ୍ୱ, ଅନିଶ୍ଚିତତା ଭଳି ଅନ୍ୟାନ୍ୟ ସମସ୍ୟା ଦେଖାଦେଇଥାଏ,ଏପରି ପରିସ୍ଥିତିରେ ଆପଣ ଆପଣଙ୍କ ପ୍ରିୟଜନ ଏବଂ ପରିବାରକୁ ଅଧିକରୁ ଅଧିକ ସମୟ ଦେଇ ସକରାତ୍ମକତାର ବାତାବରଣ ସୃଷ୍ଟି କରିବା ସହ ଏହା କେବଳ ଆପଣଙ୍କୁ ଖୁସି ରଖେ ନାହିଁ ବରଂ ଆପଣଙ୍କ ଉପରେ ଏକ ଆତ୍ମବିଶ୍ୱାସ ମଧ୍ୟ ସୃଷ୍ଟି କରେ ଯାହା ଏହି କଠିନ ପରିସ୍ଥିତିରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ ।

ଏଭଳି ସମୟରେ ଆପଣ ମଧ୍ୟ କିଛି ସମୟ ପାଇଁ ଯୋଗ ଏବଂ ଧ୍ୟାନ କରିବା ଆବଶ୍ୟକ,ଏହା ଆପଣଙ୍କୁ କେବଳ ଶାରୀରିକ ଶକ୍ତି ପ୍ରଦାନ କରେ ନାହିଁ ବରଂ ମାନସିକ ଚାପକୁ ଦୂର କରିବାରେ ମଧ୍ୟ ବହୁତ ସହାୟକ ହେବ ଏହାସହ ମନୋରଞ୍ଜନ ମଧ୍ୟ ପାଇଁ ସମୟ ଦେବା ଜରୁରୀ,ଏହା ଆପଣଙ୍କ ଭିତରେ ଥିବା ଉତ୍ସାହକୁ ବଢେଇବା ସହ ଆପଣଙ୍କୁ ନକାରାତ୍ମକତାରୁ ଦୂରେଇ ରଖିବାରେ ସାହାଯ୍ୟ କରିବ ।

ପୂର୍ଣ୍ଣ ପ୍ରସ୍ତୁତି ସହିତ ସହିତ ସରକାର ଯଥାସମ୍ଭବ ଚେଷ୍ଟା କରୁଛନ୍ତି ଏହି ମହାମାରୀରୁ ମୁକ୍ତି ପାଇବା ପାଇଁ,ଦେଶରେ ସମଗ୍ର ଡାକ୍ତରୀ ସମ୍ପ୍ରଦାୟ, ସମସ୍ତ ପ୍ରଶାସନ ସମଗ୍ର ଦେଶକୁ ଏହି ମହାମାରୀରୁ ରକ୍ଷା କରିବା ପାଇଁ ସତଚେଷ୍ଟା କରୁଛନ୍ତି, ଏଭଳି ସଙ୍କଟ ସମୟରେ ସରକାରଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରିବା ସହ ଏବଂ ଦିଆଯାଇଥିବା ନିର୍ଦ୍ଦେଶକୁ ସମ୍ପୂର୍ଣ୍ଣ ଭାବରେ ପାଳନ କରିବା ସମଗ୍ର ଦେଶବାସୀଙ୍କ କର୍ତ୍ତବ୍ୟ ଅଟେ ।

Leave a Reply

Your email address will not be published. Required fields are marked *