ଚାଇନା ଓ ଇଟାଲୀ ଠାରୁ ସୁପରପାୱାର ଆମେରିକାରେ କରୋନା ସଂକ୍ରମଣ ସଂଖ୍ୟା ଅଧିକ, ଗତ ୨୪ ଘଣ୍ଟା ମଧ୍ୟରେ…

ଦୁନିଆରେ କରୋନା ଭୁତାଣୁ ସଂକ୍ରମଣ ମାମଲା ପ୍ରାୟ ୧୦ ଲକ୍ଷ ୫୦ ହଜାର ଅତିକ୍ରମ କରିଥିବା ଜଣା ପଡିଛି,ଏବଂ ସମଗ୍ର ବିଶ୍ୱରେ କରୋନା ଭୁତାଣୁ ଦ୍ୱାରା ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୫୪ ହଜାରରୁ ଅଧିକ ହୋଇଥିବା ଜଣାପଡିଛି ।

ସବୁଠାରୁ ଆମେରିକାରେ ବର୍ତ୍ତମାନ ୨ ଲକ୍ଷ ୭୦ ହଜାର ରୁ ଅଧିକ ସଂକ୍ରମଣ ମାମଲା ରହିଥିବା ଜଣାପଡିଛି, ଏବଂ ମୃତ୍ୟୁ ସଂଖ୍ୟା ୭ ହଜାର ଅତିକ୍ରମ କରିଥିବା ଜଣା ପଡିଛି ସେହିଭଳି ଆମେରିକାରେ କରୋନା ସଂକ୍ରମଣ ଯୋଗୁ ଜନ୍ସ୍ ହପକିନ୍ସ ୟୁନିଭର୍ସିଟୀ ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ୧୪୮୦ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି,

ଇଟାଲୀରେ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି, ମୃତ୍ୟୁ ୧୪ ହଜାର ଲୋକଙ୍କ ମୃତ୍ୟୁ ଘଟିଥିବା ଜଣା ପଡିଛି। ଗୋଟିଏ ଦିନରେ କରୋନା ଭାଇରସ ରେ ମୃତ୍ୟୁ ଘଟିଥିବା ଏହା ସବୁଠାରୁ ଅଧିକା, ସ୍ପେନ୍‌ରେ ମଧ୍ୟ ୨୪ ଘଣ୍ଟାରେ ୯୬୧ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି। ଏବଂ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୧ ଲକ୍ଷ ୧୫ ହଜାର ରୁ ଅଧିକା ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *