ଦୁନିଆରେ କରୋନା ଜୀବାଣୁ ସଂକ୍ରମଣ ମାମଲା ୫ ଲକ୍ଷ ୪୨ ହଜାର ଅତିକ୍ରମ କରିଥିବା ଜଣା ପଡିଛି,ଏବଂ ସମଗ୍ର ବିଶ୍ୱରେ କରୋନା ଭୁତାଣୁ ଦ୍ୱାରା ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୨୪ ହଜାରରୁ ଅଧିକ ହୋଇଥିବା ଜଣାପଡିଛି ।
ସବୁଠାରୁ ଆମେରିକାରେ ବର୍ତ୍ତମାନ ୮୫,୯୦୦ ରୁ ଅଧିକ ସଂକ୍ରମଣ ମାମଲା ରହିଥିବା ଜଣାପଡିଛି, ଏବଂ ଇଟାଲୀରେ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି, ଏହି ସଂଖ୍ୟା ବର୍ତ୍ତମାନ ୮୦ ହଜାର ଅତିକ୍ରମ କରିଥିବା ବେଳେ ମୃତ୍ୟୁ ୯ ହଜାରରୁ ଅଧିକ ହୋଇଥିବା ଜଣା ପଡିଛି।
କରୋନା ସମଗ୍ର ଆମେରିକାରେ ତାର ପ୍ରଭାବ ଦେଖାଦେଇଛି, ବର୍ତ୍ତମାନ ଏଠାରେ ଭୁତାଣୁ ସଂକ୍ରମିତ ଲୋକଙ୍କ ସଂଖ୍ୟା ବିଶ୍ୱରେ ସର୍ବାଧିକ ହୋଇଛି। ଯୁକ୍ତରାଷ୍ଟ୍ରରେ କରୋନା ଭୁତାଣୁ ସଂକ୍ରମଣ ଯୋଗୁଁ ମୃତ୍ୟୁ ସଂଖ୍ୟା ପ୍ରାୟ ୧୩୦୦ ଅତିକ୍ରମ କରିଥିବା ଜଣାପଡିଛି ।