ପ୍ରତ୍ୟକ୍ଷ ଓ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଣାଣି କୁ ନେଇ ସୁପ୍ରିମକୋର୍ଟ ପକ୍ଷରୁ ବଡ ଖବର,ବର୍ତମାନ…

କରୋନା ଭାଇରସ ସଂକ୍ରମଣ କାରଣରୁ ସୁପ୍ରିମକୋର୍ଟ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରି ଦିଆଯାଇଛି ପୂର୍ବରୁ କୋର୍ଟ ରେ ପ୍ରତ୍ୟକ୍ଷ ରୂପରେ ଶୁଣାଣିକୁ ପ୍ରତ୍ୟାଖ୍ୟାନ କରି ବୁଧବାର ଦିନ ସୁପ୍ରିମକୋର୍ଟରେ ଭିଡିଓ କନଫରେନ୍ସିଂ ଜରିଆରେ ଶୁଣାଣି କରିବା ପାଇଁ ଆୟୋଜନ କରିଥିଲା କିନ୍ତୁ ବର୍ତମାନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସେହି ମାମଲାଗୁଡ଼ିକ ମଧ୍ୟ ଶୁଣାଣି ହେବ ନାହିଁ, ବୁଧବାର ଠାରୁ ଏହା ମଧ୍ୟ ବାତିଲ କରିଦିଆଯାଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ,ବୁଧବାର ସକାଳ ୯.୧୫ ସୁଧା ଦେଶରେ କୋଭିଡ -୧୯ ଦ୍ଵାରା ପ୍ରାୟ ୫୧୫ ଟି ସକ୍ରିୟ ମାମଲା ଥିବାବେଳେ ଏହି ରୋଗରେ ପୀଡିତ ପ୍ରାୟ ୪୦ ଜଣ ବର୍ତ୍ତମାନ ପର୍ଯ୍ୟନ୍ତ ସୁସ୍ଥ ହୋଇଥିବା ଜଣ ପଡିଛି। ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ ବିମାନ ବନ୍ଦରରେ ଏପର୍ଯ୍ୟନ୍ତ ୧୫,୨୪,୨୬୬ ଜଣଙ୍କୁ ସ୍କ୍ରିନିଂ କରାଯାଇଛି।

ସାରା ବିଶ୍ୱରେ ଚାରି ଲକ୍ଷରୁ ଅଧିକ ଲୋକ ଏହି କରୋନା ଭୁତାଣୁ ଦ୍ଵାରା ସଂକ୍ରମିତ ହୋଇଥିବା ବେଳେ ପ୍ରାୟ ୧୮,୯୦୬ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଏହି ରୋଗରେ ପୀଡିତ ପ୍ରାୟ ୧,୦୯,୧୦୦ ଲୋକ ସୁସ୍ଥ ହୋଇଥିବା ଜଣାପଡିଛି । ନିକଟରେ ପ୍ରଧାନ ମନ୍ତ୍ରୀ ଦ୍ୱିତୀୟ ଥର ରାଷ୍ଟ୍ରକୁ ସମ୍ବୋଧନ କରି ଲକଡାଉନ୍ ନିର୍ଦ୍ଦେଶନାମା ଅନୁସରଣ କରିବା ପାଇଁ ଅନୁରୋଧ ମଧ୍ୟ କରିଥିଲେ ଏବଂ ଏହି ବନ୍ଦକୁ କଡାକଡି ଭାବେ ପାଳନ କରିବାକୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ମଧ୍ୟ ନିର୍ଦେଶ ଦେଇଛନ୍ତି ।

Reply