କରୋନା ସମ୍ବଦ୍ଧିତ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟରେ ପ୍ରଧାନମନ୍ତ୍ରୀ ମୋଦୀ ଦ୍ୱିତୀୟ ଥର ପାଇଁ ଏହି ସମୟରେ ଦେଶାବାସୀକୁ ସମ୍ବୋଧିତ କରିବେ..

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ମାର୍ଚ୍ଚ ୧୯ ରେ କରୋନା ଭାଇରସ ମୁକାବିଲା ପାଇଁ ଉଦ୍ୟମ କରି ଦେଶକୁ ସମ୍ବୋଧିତ କରିଥିଲେ,ବର୍ତମାନ ସପ୍ତାହରେ ଦ୍ୱିତୀୟ ଥର ପାଇଁ ରାତି ଆଠଟା (୮ ପିଏମ) ବେଳେ ଦେଶବାସୀଙ୍କୁ ପୁଣି ସମ୍ବୋଧିତ କରିବେ। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି କହିଛନ୍ତି ଯେ ବିଶ୍ୱ ମହାମାରୀ କରୋନା ଭୁତାଣୁ ବୃଦ୍ଧି ପାଉଥିବା ସମ୍ପର୍କରେ ସେ ଦେଶବାସୀଙ୍କ ସହ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରିବେ ।

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ନିବେଦନ କରିଥିଲେ ଯେ ଲକ୍‌ଡାଉନ୍‌ କୁ ଗୁରୁତର ସହ ନିଅନ୍ତୁ ଏବଂ ସେମାନଙ୍କ ସହ ସେମାନଙ୍କ ପରିବାରକୁ ସୁରକ୍ଷା ଦିଅନ୍ତୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ରାଜ୍ୟ ସରକାରଙ୍କୁ ମଧ୍ୟ ସେମାନଙ୍କ ସ୍ଥାନରେ ନିୟମାବଳୀକୁ କଡାକଡି ପାଳନ କରିବାକୁ ଅନୁରୋଧ କରିଛନ୍ତି। ମଙ୍ଗଳବାର ଦିନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଭାରତରେ ପ୍ରାୟ ୪୯୨ କରୋନାଭାଇରସ୍ ମାମଲା ରିପୋର୍ଟ ହୋଇଛି,ଏଥିରେ ବିଦେଶୀ ନାଗରିକମାନେ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛନ୍ତି ।

ଏପର୍ଯ୍ୟନ୍ତ ୯ ଜଣଙ୍କର ମୃତ୍ୟୁ ହୋଇଛି। ପୁରା ବିଶ୍ ରେ ୩ ​​ଲକ୍ଷ ୮୦ ହଜାରରୁ ଅଧିକ ରୋଗୀ ଥିବାବେଳେ ୧୬,୪୯୭ ଜଣଙ୍କର ମୃତ୍ୟୁ ଘଟିଛି। ୩୦ ଟି ରାଜ୍ୟ ଲକଡାଉନ୍ । ଦିଲ୍ଲୀ, ପଞ୍ଜାବ, ମହାରାଷ୍ଟ୍ର ଏବଂ ପୁଣ୍ଡୁଚେରୀ ରେ କର୍ଫ୍ୟୁ ଲାଗୁ କରାଯାଇଛି। ଭାଇରାଲ୍ ସଂକ୍ରମଣ ମାମଲା ବଢିବା ଫଳରେ ପ୍ରାୟ ସମଗ୍ର ଦେଶକୁ ଲକଡାଉନ୍ କରି ଦିଆଯାଇଛି, ଲୋକଙ୍କ ସମାବେଶକୁ ବହୁତ ଗୁରୁତ୍ୱଭାବେ ବାରଣ କରାଯାଇଛି ଏବଂ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସଡକ, ରେଳ ଏବଂ ବିମାନ ଚଳାଚଳ ସ୍ଥଗିତ ରହିଛି।

Reply