ଏକ ଅଳିଆ ଗଦାରୁ ନବଜାତ ଶିଶୁଟିର କାନ୍ଦ ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ଶୌଚାଳୟ ଯାଇଥିବା ମହିଳା ଏବଂ କହିଲେ ମୁଁ…

ଲୋକମାନେ ସନ୍ତାନ ପ୍ରାପ୍ତି ପାଇଁ ମନ୍ଦିର ଏବଂ ମସଜିଦକୁ ଯାଇ ପ୍ରାର୍ଥନା କରନ୍ତି, କିନ୍ତୁ ପାଟନାରେ ଏପରି ଏକ ଘଟଣା ଘଟିଛି ଯାହା ସମସ୍ତଙ୍କ ଆଶ୍ଚର୍ଯ୍ୟ କରି ଦେଇଛି। ଏଠାରେ କେହି ଜଣେ ନବଜାତ ଶିଶୁକୁ ଅଖା ଭିତରେ ବନ୍ଦ କରି ଅଳିଆ ଗଦାରେ ଫିଙ୍ଗି ଦେଇଥିଲେ,ଏହି ଘଟଣା ପାଟଣାର କଦାମ କୁଆନ୍ ପୋଲିସ ଷ୍ଟେସନ ଅଞ୍ଚଳର ଜଣାପଡିଛି, ସୋମବାର ସକାଳେ ଶୌଚାଳୟ ପାଇଁ ଯାଇଥିବା ଜଣେ ମହିଳା ଅଳିଆ ଗଦାରୁ ପିଲାଟି କାନ୍ଦିବା ଶୁଣି ଅଳିଆ ଗଦା ପାଖକୁ ଯାଇଥିଲେ। ଏବଂ ପିଲାଟିକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଏହି ଖବର ଅଞ୍ଚଳରେ ବ୍ୟାପିବା ପରେ ସମସ୍ତ ଲୋକମାନେ ଏକାଠି ହୋଇଯାଇଥିଲେ ଏବଂ ସମସ୍ତଙ୍କ ମୁହଁରେକେବଳ ଗୋଟିଏ ଶବ୍ଦ ଥିଲା, କେଡେ ନିଷ୍ଠୁର ମା ବୋଲି, ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସବୁ ଦେଖିଲା ପରେ ପାଖାପାଖି ସେଠାକାର ସ୍ଥାନରେ ଲାଗିଥିବା ସିସିଟିଭି କ୍ୟାମେରା ଯାଞ୍ଚ ଆରମ୍ଭ କରିଥିଲା,ମହିଳାଙ୍କ ଶିଶୁଟି ର ଯତ୍ନ ନେଉଥିବା ର ଜଣାପଡିଛି ଏବଂ କହିଛନ୍ତି ମୁଁ ଏହି ପିଲାର ମା ହେବି।

ପୋଲିସର ତଦନ୍ତ ଶେଷ ହେବା ପରେ ହିଁ ଏହା ସ୍ପଷ୍ଟ ହେବ ଯେ ପିଲାଟିକୁ କିଏ ଫିଙ୍ଗି ଦେଇଛି ଏବଂ ତାଙ୍କର ପ୍ରକୃତ ମାତା-ପିତା କିଏ? ଏହି ଘଟଣାର ରହସ୍ୟ ଶୀଘ୍ର ସମାଧାନ ହେବ ବୋଲି ପୋଲିସ କହିଛି।

Reply