ପ୍ରଧାନ ମନ୍ତ୍ରୀ ମୋଦି ଓ ରାଷ୍ଟ୍ରୀୟ ମହିଳା ଆୟୋଗ ଅଧକ୍ଷା ରେଖା ଶର୍ମା ଙ୍କ ପରେ ସ୍ମୃତି ଇରାନୀ ଦେଲେ ଏଭଳି ମନ୍ତବ୍ୟ

୨୦୧୨ ଡିସେମ୍ବର ୧୬ରେ ହୋଇଥିବା ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୀର୍ଘ ୭ ବର୍ଷପରେ ୪ ଦୋଷୀ ଙ୍କୁ ତିହାର ଜେଲ୍‌ରେ ଶୁକ୍ରବାର ଭୋର୍‌ ୫ଟା ୩୦ରେ ଫାଶୀଦିଆଯାଇଥିଲାଏହି ପରିପେକ୍ଷିରେ “ମୁଁ ନିର୍ଭୟାଙ୍କ ମା’ଙ୍କ ନିରନ୍ତର ସଂଘର୍ଷକୁ ବର୍ଷ ବର୍ଷ ଧରି ଦେଖିଛି, ଯଦିଓ ତାଙ୍କୁ ନ୍ୟାୟ ପାଇବା ପାଇଁ ବହୁତ ସମୟ ଲାଗିଛି କିନ୍ତୁ ଶେଷରେ ନ୍ୟାୟ ମିଳିଛି । ଏହା ମଧ୍ୟ ଲୋକଙ୍କ ପାଇଁ ଏକ ବାର୍ତ୍ତା ଯେ ଆପଣ ଆଇନରୁ ଦୂରେଇ ଯାଇପାରିବେ କିନ୍ତୁ ପରି ଶେଷରେ ଏହାଠାରୁ ବର୍ତ୍ତୀ ପାରିବେ ନାହିଁ। ତାଙ୍କୁ ନ୍ୟାୟ ଦିଆ ଯାଇଥିବାରୁ ମୁଁ ବହୁତ ଖୁସି ବୋଲି ସ୍ମୃତି ଇରାନୀ କହିଛନ୍ତି।

ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି କହିଛନ୍ତି ଆଜି ନ୍ୟାୟ ହୋଇଛି, ମହିଳାମାନଙ୍କର ସମ୍ମାନ ଏବଂ ନିରାପତ୍ତା ନିଶ୍ଚିତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ଏବଂ ସମସ୍ତେ ମଳିମିଶି ଏକତ୍ର ହୋଇ ଆମକୁ ଏକ ରାଷ୍ଟ୍ର ଗଠନ କରିବାକୁ ପଡିବ ଯେଉଁଠାରେ ମହିଳା ସଶକ୍ତିକରଣ ଉପରେ ଧ୍ୟାନ ଦିଆଯିବ ଓ ଯେଉଁଠାରେ ସମାନତା ଏବଂ ସୁଯୋଗ ଉପରେ ଗୁରୁତ୍ୱ ଦିଆଯିବ ।

ଏବଂ ରାଷ୍ଟ୍ରୀୟ ମହିଳା ଆୟୋଗର ମୁଖ୍ୟ (ଏନସିଡବ୍ଲୁ ) ରେଖା ଶର୍ମା କହିଛନ୍ତି ଆମ ମନରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ନ୍ୟାୟ ବ୍ୟବସ୍ଥା ଉପରେ ସନ୍ଦେହ ଦୂର ହୋଇଗଲା, ଆଶା କରୁଛି ଏହି ଆଇନଗତ ଯୁଦ୍ଧରେ ନିର୍ଭୟାଙ୍କୁ ଦୀର୍ଘ ଦିନ ପରେ ନ୍ୟାୟ ମିଳିଛି । ଏବଂ ଏହା ମଧ୍ୟ କହିଛନ୍ତି ଯେ ” ନିର୍ଭୟା ମାମଲା ଆମକୁ ଆଇନ ବ୍ୟବସ୍ଥାରେ ଥିବା କମି କୁ ସୁଧାରିବାରେ ରାସ୍ତା ମଧ୍ୟ ଦେଖାଇଛି ।

Leave a Reply