ନିର୍ଭୟାଙ୍କ ମାଆ ଙ୍କୁ ନ୍ୟାୟ ମିଳିବା ପରେ ପ୍ରଧାନ ମନ୍ତ୍ରୀ ମୋଦି ଓ ରାଷ୍ଟ୍ରୀୟ ମହିଳା ଆୟୋଗ ଅଧକ୍ଷା ରେଖା ଶର୍ମାଙ୍କ ପ୍ରତିକ୍ରିୟା…

୨୦୧୨ ଡିସେମ୍ବର ୧୬ରେ ପାରାମେଡିକାଲ ଛାତ୍ରୀ ନିର୍ଭୟାଙ୍କୁ ଦିଲ୍ଲୀର ଏକ ଚଳନ୍ତା ବସରେ ୬ ଜଣ ଯୁବକ ଦୁଷ୍କର୍ମ କରିବା ସହ ଆକ୍ରମଣ କରି ଗୁରୁତର କରି ଦେଇଥିଲେ। ଗୁରୁତର ଅବସ୍ଥାରେ ସିଙ୍ଗାପୁରର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ନିର୍ଭୟାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହି ମାମଲାରେ ଦୀର୍ଘ ୭ ବର୍ଷପରେ ୪ ଦୋଷୀ ଅକ୍ଷୟ ଠାକୁର, ପୱନ ଗୁପ୍ତା, ବିନୟ ଶର୍ମା ଏବଂ ମୁକେଶ ସିଂହଙ୍କୁ ତିହାର ଜେଲ୍‌ରେ ଶୁକ୍ରବାର ଭୋର୍‌ ୫ଟା ୩୦ରେ ଫାଶୀଦିଆଯାଇଛି ।

ଅନ୍ୟପକ୍ଷରେ ୪ ଅପରାଧୀଙ୍କ ସବୁ ଆଇନ୍‌ଗତ ଖେଳ ଶେଷ ହୋଇଯାଇଥିଲେ ମଧ୍ୟ ଏହି ମାମଲାରେ ଲଢ଼ୁଥିବା ଓକିଲ ଏ.ପି ସିଂହ ଏହି ଫାଶି ଅଟକାଇବା ପାଇଁ ୧୯ ତାରିଖ ରାତି ୧୨.୩୦ ରେ ଦିଲ୍ଲୀ ହାଇକୋର୍ଟ ଆବେଦନ ଖାରଜ କରିଦେବା ପରେ ପୁଣି ରାତ୍ର ୩.୩୦ ସମୟରେ ସୁପ୍ରିମ୍‌ କୋର୍ଟ ମଧ୍ୟ ରାତ୍ରି ରେ ଶୁଣାଣି ଆରମ୍ଭ କରିଥିଲେ କିନ୍ତୁ ଫଳାଫଳ ଦିଲ୍ଲୀ ହାଇକୋର୍ଟ ଭଳି ।

ଏହି ପରିପେକ୍ଷିରେ ରାଷ୍ଟ୍ରୀୟ ମହିଳା ଆୟୋଗର ମୁଖ୍ୟ (ଏନସିଡବ୍ଲୁ ) ରେଖା ଶର୍ମା କହିଛନ୍ତି ଆମ ମନରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ନ୍ୟାୟ ବ୍ୟବସ୍ଥା ଉପରେ ସନ୍ଦେହ ଦୂର ହୋଇଗଲା, ଆଶା କରୁଛି ଏହି ଆଇନଗତ ଯୁଦ୍ଧରେ ନିର୍ଭୟାଙ୍କୁ ଦୀର୍ଘ ଦିନ ପରେ ନ୍ୟାୟ ମିଳିଛି । ଏବଂ ଏହା ମଧ୍ୟ କହିଛନ୍ତି ଯେ ” ନିର୍ଭୟା ମାମଲା ଆମକୁ ଆଇନ ବ୍ୟବସ୍ଥାରେ ଥିବା କମି କୁ ସୁଧାରିବାରେ ରାସ୍ତା ମଧ୍ୟ ଦେଖାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି କହିଛନ୍ତି ଆଜି ନ୍ୟାୟ ହୋଇଛି, ମହିଳାମାନଙ୍କର ସମ୍ମାନ ଏବଂ ନିରାପତ୍ତା ନିଶ୍ଚିତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ଏବଂ ସମସ୍ତେ ମଳିମିଶି ଏକତ୍ର ହୋଇ ଆମକୁ ଏକ ରାଷ୍ଟ୍ର ଗଠନ କରିବାକୁ ପଡିବ ଯେଉଁଠାରେ ମହିଳା ସଶକ୍ତିକରଣ ଉପରେ ଧ୍ୟାନ ଦିଆଯିବ ଓ ଯେଉଁଠାରେ ସମାନତା ଏବଂ ସୁଯୋଗ ଉପରେ ଗୁରୁତ୍ୱ ଦିଆଯିବ ।

Leave a Reply