ଦକ୍ଷିଣ-ପଶ୍ଚିମ ରାଜସ୍ଥାନ, ଉତ୍ତର ଛତିଶଗଡ ଓ ଉତ୍ତର ମଧ୍ୟପ୍ରଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ଯାହା ଫଳରେ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ପୂର୍ବାନୁମାନ କରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସୂଚନା ଦେଇଛି।

୧୬ ତାରିଖ ପରଠୁ ପାଗରେ ପରିବର୍ତ୍ତନ ଆସିବା ସହ ୧୭ରୁ ତାପମାତ୍ର ବଢିବ ବୋଲି ସୂଚନା ମଧ୍ୟ ଦେଇଛି ପାଣିପାଗ ବିଭାଗ । ଗତ ଶୁକ୍ରବାର ଫୁଲବାଣୀରେ ସର୍ବାଧିକ ୧୧.୬ ମି.ମି. ବର୍ଷା ହୋଇଥିବା ସୂଚନା ମଧ୍ୟ ଦେଇଛି ପାଣିପାଗ ବିଭାଗ ।

ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ମୟୂରଭଞ୍ଜ, ବାଲେଶ୍ୱର,ଦେବଗଡ଼, କେନ୍ଦୁଝର ଓ ଭଦ୍ରକ ଏହି ୯ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରି ସତର୍କ ସୂଚନା ଦେଇଥିଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅନ୍ୟ ପକ୍ଷରେ ଏହା ପରେ ଗ୍ରୀଷ୍ମର ପ୍ରଭାବ ଜାରି ରହିବ ବୋଲି ସୂଚନା ମଧ୍ୟ ମିଳିଛି ।