ବିଶ୍ଵ ମହାମାରୀ ର ଆଖ୍ୟା ପାଇଥିବା କରୋନା ଭାଇରସ ଏବେ ପ୍ରାୟ ୧୧୨ ଟି ଦେଶରେ ବ୍ୟାପିଛି, ମିଳିଥିବା ସୂଚନା ଅନୁସାରେ,ଏଥିରେ ସାରା ବିଶ୍ୱରେ ପାଖାପାଖି ୧ଲକ୍ଷ ୨୫ ହଜାର ରୁ ଅଧିକା ଲୋକ ସଂକ୍ରମିତ ହୋଇଥିବା ବେଳେ ଚାଇନା ସମେତ ସବୁ ଦେଶରେ ମୃତ୍ୟୁ ସଂଖ୍ୟା ୪୬୦୫ ହଜାରରୁ ଊର୍ଦ୍ଧ୍ୱ ମଧ୍ୟ ହୋଇ ସାରିଲାଣି, ଇଟାଲୀ ଦିନକରେ ମୃତ୍ୟୁ ସଂଖ୍ୟା ୩୩୧, ନିକଟରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡେଙ୍କ ପତ୍ନୀ ଶୋଫିଆ ଗ୍ରିଗୋଇରେ ଟ୍ରୁଡେ ମଧ୍ୟ ଏଥିରେ ପୀଡିତ ହୋଇଥିବା ସୂଚନା ମିଳିଛି ।

ଏମିତିକି ହଲିଉଡ୍ ଅଭିନେତା ଟମ୍ ହଙ୍କ୍ ଏବଂ ତାଙ୍କ ସ୍ତ୍ରୀ ରିଟା ଓ୍ବିଲସନ୍ଙ୍କୁ କରୋନା ସଂକ୍ରମଣ ମଧ୍ୟ ହୋଇଥିବା ଜଣାପଡିଛି । ହଲିଉଡ୍ ଅଭିନେତା ଟମ୍ ହଙ୍କ୍ ଏବଂ ତାଙ୍କ ସ୍ତ୍ରୀ ରିଟା ଓ୍ବିଲସନ୍ଙ୍କ ଭଳି ବ୍ରିଟେନର ସ୍ବାସ୍ଥ୍ୟମନ୍ତ୍ରୀ ନାଡିନେ ଡୋରିସ କରୋନା ଭାଇରସରେ ସଂକ୍ରମିତ ଥିବା ମଧ୍ୟ ଜଣାପଡିଥିଲା । ସମସ୍ତଙ୍କୁ ଆଇସୋଲେଶନରେ ରଖାଯାଇଥିବା ସୂଚନା ମିଳିଛି । ଏବଂ ସେମାନେ ସାମାନ୍ୟ ମାତ୍ରାରେ ଆକ୍ରାନ୍ତ ହୋଇଥିବାରୁ ଖୁବ ଶୀଘ୍ର ସୁସ୍ଥ ହୋଇଯିବେ ବୋଲି ସୂଚନା ମଧ୍ୟ ମିଳିଛି

କରୋନା ଭାଇରସକୁ ନେଇ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରିଥିବା ଡୋରିସ କହିଛନ୍ତି। ସୂଚନାଯୋଗ୍ୟ, ବ୍ରିଟେନରେ ଏବେ ପର୍ଯ୍ୟନ୍ତ କରୋନା ଭାଇରସରେ ୩୮୦ ସଂକ୍ରମିତ ହୋଇଥିବା ବେଳେ ୬ଜଣଙ୍କ ମୃତ୍ୟୁ ହୋଇଛି।