ବିଶ୍ଵ ମହାମାରୀ ର ଆଖ୍ୟା ଦେଲା ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ, ଇଟାଲୀ ରେ ଦିନକରେ ମୃତ୍ୟୁ ସଂଖ୍ୟା ଆଶ୍ଚର୍ଯ୍ୟଜନକ, ମୋଟ ୧୧୨ ଟି ଦେଶରେ…

ସାର୍‌ସ-ସିଓଭି-୨ ନାମରେ ନାମିତ ହୋଇଥିବା କରୋନା ଭାଇରସ୍‌ ଚାଇନାରୁ ପ୍ରଥମେ ଆରମ୍ଭ ହୋଇ ବିଶ୍ୱର ପାଖାପାଖି ୧୨୧ ଦେଶକୁ ବ୍ୟାପିସାରିଲାଣି । ମିଳିଥିବା ସୂଚନା ଅନୁସାରେ,ଏଥିରେ ସାରା ବିଶ୍ୱରେ ପାଖାପାଖି ୧ଲକ୍ଷ ୨୫ ହଜାର ରୁ ଅଧିକା ଲୋକ ସଂକ୍ରମିତ ହୋଇଥିବା ବେଳେ ଚାଇନା ସମେତ ସବୁ ଦେଶରେ ମୃତ୍ୟୁ ସଂଖ୍ୟା ୪୬୦୫ ହଜାରରୁ ଊର୍ଦ୍ଧ୍ୱ ମଧ୍ୟ ହୋଇ ସାରିଲାଣି, ଇଟାଲୀ ଦିନକରେ ମୃତ୍ୟୁ ସଂଖ୍ୟା ୩୩୧ , କରୋନା ଭାଇରସ୍‌  କୁ ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ ବୁଧୁବାର ଦିନ ମହାମାରୀ ଘୋଷଣା କରିଛି । ଏହି ଦୃଷ୍ଟି କୁ ଆଖିରେ ରଖି ଭାରତ ସରକାର ମଧ୍ୟ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ସମସ୍ତ ବିଦେଶୀ ମାନଙ୍କ ଭିଜା ମଧ୍ୟ ବାତିଲ୍ କରିଛନ୍ତି।


କରୋନାରୁ ଦୂରେଇ ରହିବା ପାଇଁ ସଚେତନତା ହିଁ ଗୁରୁତ୍ୱପୂର୍ଣ୍ଣ ବୋଲି ଦିଲ୍ଲୀ ସ୍ଥିତ ସାକେତଠାରେ ଥିବା ମ୍ୟାକ୍ସ ହସ୍ପିଟାଲର ଡ. ବିବେକ କୁମାର ଏନେଇ ଲୋକଙ୍କୁ ସଚେତନ କରାଇଛନ୍ତି । ସଂଗଠନର ମହାନିର୍ଦ୍ଦେଶକ ଡଃ ଟ୍ରେଡସ୍‌ ଆଧାନମ ଘେବ୍ରେୟସସ କହିଛନ୍ତି ଯେ ଏହାକୁ କିଭଳି ରୋକି ହେବ ସେ ନେଇ ବିଶ୍ୱର ସମସ୍ତ ଦେଶ ଜାଗୃତ ହେବ ଦରକାର ।

ଅନ୍ୟପାଖରେ ଖରାଦିନେ ଏହି ଭାଇରସ ଆପେ ଆପେ କାଳେ ଲୋପ ପାଇଯିବ ବୋଲି ଅନେକ ଲୋକ ଭାବୁଥିବା ବେଳେ କିନ୍ତୁ ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ( WHO) ଏହା ସ୍ପଷ୍ଟ କରିଦେଇଛି ଯେ ଏପରି ଏକ ଗୁଜବ କରିବା ଅପେକ୍ଷା ଏହାକୁ କିପରି ରୋକିହେବ ସେ ଦିଗରେ ବିଶ୍ୱର ସମସ୍ତ ଦେଶମାନେ ଉଦ୍ୟମ କରିବା ଉଚିତ ।

Leave a Reply