ନିର୍ଭୟା ଗଣବଳାତ୍କାର ମାମଲାର ୪ ଦୋଷୀଙ୍କୁ ଫାଶୀ ଦେବା ଲାଗି କିଛି ଦିନ ପୂର୍ବେ ପଟିଆଲା ହାଉସ୍ କୋର୍ଟରେ ପାଖାପାଖି ଏକ ଘଣ୍ଟାର ଶୁଣାଣି ପରେ ନୂଆ ଡେଥ୍ ଓ୍ବାରେଣ୍ଟ ଜାରି କରିଥିଲା । ଏହି ଡେଥ୍ ଓ୍ବାରେଣ୍ଟ ଅନୁଯାୟୀ ମାର୍ଚ୍ଚ ୩ ସକାଳ ୬ଟାରେ ନିର୍ଭୟା ମାମଲାର ୪ ଦୋଷୀଙ୍କୁ ଫାଶୀ ଦିଆଯିରଥିଲା କିନ୍ତୁ ଶେଷ ମୂହୂର୍ତ୍ତରେ ବାତିଲ ହୋଇଥିଲା ।
ଦୀର୍ଘ ୭ ବର୍ଷ ପରେ ଏହି ମାମଲାର ରାୟ ପ୍ରକାଶ ପାଇଛି ଫାଶୀ ପାଇଁ ୩ ଥର ଡେଥ୍ ଓ୍ବାରେଣ୍ଟ ଜାରି କରାଯାଇଥିଲେ ବି ଏହା ପୁଣି ଘୁଞ୍ଚି ଯାଇଥିଲା ବର୍ତମାନ ପୁଣି ଚତୃର୍ଥ ଥର ଡେଥ୍ ଓ୍ବାରେଣ୍ଟ ଜାରି କରାଯାଇଛି । ଏହା ପୂର୍ବରୁ ଜାନୁୟାରୀ ୨୨ , ଫରିବୁଆରି ୧,ଓ ମାର୍ଚ୍ଚ ୩ ତାରିଖରେ ଡେଥ୍ ଓ୍ବାରେଣ୍ଟ ଜାରି ହୋଇ ବାତିଲ ହୋଇଯାଇଥିଲା ।
ତିହାର ଜେଲ ପରିସରରେ ଏମାନଙ୍କୁ ମାର୍ଚ୍ଚ ୨୦ ଭୋର ୫ଟା ୩୦ରେ ଫାଶୀ ଦିଆଯିବା ଲାଗି ଡେଥ୍ ଓ୍ବାରେଣ୍ଟ ଜାରି କରାଯାଇଛି। ତେବେ ଶୁଣାଣି ବେଳେ ଦୋଷୀଙ୍କ ପକ୍ଷରୁ ଲଢୁଥିବା ଓକିଲ ଏପି ସିଂ କହିଛନ୍ତି ଯେ ତାଙ୍କୁ ଏ ବିଷୟରେ କୋର୍ଟ ପକ୍ଷରୁ ତାଙ୍କୁ କୌଣସି ନୋଟିସ ଦିଆଯାଇ ନାହିଁ ସେ କେବଳ ଗଣମାଧ୍ୟମଠାରୁ ଏହା ଶୁଣୁଛନ୍ତି ବୋଲି କହିଛନ୍ତି ଓକିଲ ଏପି ସିଂ ।