ଏଣିକି ମହଙ୍ଗା ପଡ଼ିବ ବେପରୁଆ ଗାଡି ଚଳାଇବା,ଦେଖନ୍ତୁ କୋଉ ନିୟମ ଉଲ୍ଲଂଘନ ପାଇଁ ଦେବେ କେତେ ଜରିମାନା !

ରବିବାର ଦିନ ଠାରୁ ରାଜ୍ୟରେ ନୂଆ ମଟରଯାନ ଆଇନ ୬ ମାସ କୋହଳ ହେବା ପରେ ପୁଣି କଡ଼ାକଡ଼ି ଭାବେ ଲାଗୁ କରାଯାଇଛି । ପୁଲିସ-ପରିବହନ ବିଭାଗ ପକ୍ଷରୁ ମିଳିତ ଭାବେ ରାଜ୍ୟର ବିଭିନ୍ନ ସ୍ଥାନରେ ଆଇନ ଉଲ୍ଲଂଘନକାରୀଙ୍କ ଠାରୁ ଜରିମାନା ଆଦାୟ କରିବା ଆରମ୍ଭ ହୋଇଯାଇଛି ।

ସଂଶୋଧିତ ମୋଟର ଯାନ ଆଇନ ଅନୁଯାୟୀ ଯେଉଁମାନେ ଲାଇସେନ୍ସ ପାଇଁ ଆବେଦନ କରିଛନ୍ତି ସେମାନେ ଲର୍ନର ଲାଇସେନ୍ସ ନେଇ ଏକାକୀ ଗାଡି ଚଳାଇପାରିବେ ନାହିଁ । ଯଦି ଚଳାଇବେ ତେବେ ସେମାନଙ୍କ ସହିତ ଜଣେ ଡ୍ରାଇଭିଂ ଲାଇସେନ୍ସଧାରୀଙ୍କୁ ସାଙ୍ଗରେ ନେଇ ଯିବାକୁ ପଡ଼ିବ ବୋଲି ଜଣାପଡିଛି ।

ବିନା ଲାଇସେନ୍ସରେ ଗାଡି ଚଳାଇଲେ ୫ ହଜାର,ବିନା ହେଲମେଟ ରେ ୧ ହଜାର,ବିନା ପଞ୍ଜୀକରଣରେ ଗାଡି ଚଳାଇଲେ ୧୦ରୁ ୧୫ ହଜାର,ସୁରକ୍ଷା ବେଲ୍ଟ ନ ବାନ୍ଧିଲେ ୧ ହଜାର, ଇନ୍ସୁରାନ୍ସ ନ ଥିବା ଗାଡି ଚଳାଇଲେ ୨ରୁ ୪ ହଜାର ଟଙ୍କା ଓ ଏମିତି ଅନେକ ଜରିମାନା ସଂଶୋଧିତ ମୋଟର ଯାନ ଆଇନ ଅନୁଯାୟୀ ଦେବାକୁ ପଡ଼ିବ ।

Leave a Reply