ପୂର୍ବରୁ ଜାହିର ଓ ବର୍ତମାନ ପୂର୍ବତନ ଅଧିନାୟକ କପିଲ ଦେବ ଭାରତୀୟ ଟିମ୍‌ କୁ ନେଇ ଦେଲେ ଏଭଳି ପ୍ରତିକ୍ରିୟା…

ଓ୍ବେଲିଙ୍ଗଟନରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତୀୟ ଟିମ୍‌ ପ୍ରଥମ ଟେଷ୍ଟ ମ୍ୟାଚରେ ଏକତରଫା ଭାବେ ୧୦ଟି ଓ୍ବିକେଟ ହରାଇ ୧-୦ ରେ ହାରିବା ପରେ ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ କପିଲ ଦେବ ଏଭଳି ଏକ ପ୍ରତିକ୍ରିୟା ରଖିଛନ୍ତି ନ୍ୟୁଜିଲାଣ୍ଡ ଟିମ୍‌କୁ ଧନ୍ୟବାଦ ଯେଉଁ ଭଳି ଟି୨୦ ସିରିଜ଼ କ୍ଲିନ ସୁଇପ ହୋଇ ହାରିବା ପରେ ପୁଣି ପ୍ରତ୍ୟାବର୍ତନ କରି ୩ଟି ଏକ ଦିବସୀୟ ଓ ଟେଷ୍ଟ ମ୍ୟାଚରେ ଭାରତ ଅପେକ୍ଷା ନ୍ୟୁଜିଲାଣ୍ଡ ବହୁତ ଭଲ ପ୍ରଦର୍ଶନ କରିଛି।

ଏବଂ ଏହା ମଧ୍ୟ କହିଛନ୍ତି ଯେ କିଛି ସମୟ ହେଲା ଭାରତୀୟ ଟିମ୍‌ରେ ପ୍ରତି ମ୍ୟାଚରେ ନୂଆ ଟିମ୍‌ କୁ ଦେଖିବାକୁ ମିଳୁଛି। ଭାରତୀୟ କ୍ରିକେଟ ଟିମ୍‌ରେ କୌଣସି ଖେଳାଳିଙ୍କ ସ୍ଥାନ ସ୍ଥିର ନୁହେଁ ଟି-୨୦ ସିରିଜରେ ପ୍ଲେୟାର ଅଫ୍‌ ଦ ସିରିଜ୍ ରାହୁଲ ଦମଦାର ଫର୍ମରେ ଥିବା ବେଳେ ତାଙ୍କୁ କାହିଁକି ମ୍ୟାଚ୍‌ରୁ ବାଦ ଦିଆଯାଇଛି, ଏଭଳି ନିଜ ପ୍ରତିକ୍ରିୟା ରଖିଛନ୍ତି, ଏବଂ ସ୍ଥାନ ପରିବର୍ତ୍ତନ ହେଲେ ଖେଳାଳିଙ୍କ ଉପରେ ସିଧା ପ୍ରଭାବ ପଡ଼ିବ ବୋଲି ମଧ୍ୟ କହିଛନ୍ତି ।

ପୂର୍ବରୁ ମଧ୍ୟ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ ପାଇଁ ରୋହିତ ଶର୍ମା ଙ୍କ ଅନୁପସ୍ଥିତିରେ ରାହୁଲ ଙ୍କୁ କାହିଁକି ଚୟନ କରାଯାଇନାହିଁ ବୋଲି ଏଭଳି ପ୍ରଶ୍ନ ମଧ୍ୟ କରିଥିଲେ ପୂର୍ବତମ ଦ୍ରୁତ ବୋଲର ଜାହିର ଖାନ।

Leave a Reply

Your email address will not be published. Required fields are marked *