ତାଜମହଲର ଶଙ୍ଖମଲମଲ ମାର୍ବଲ ସୌନ୍ଦର୍ଯ୍ୟ ଓ ଐତିହ୍ୟକୁ ଦେଖି ଟ୍ରମ୍ପ ପରିବାର କହିଲେ ଏମିତି…

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ପତ୍ନୀ ମେଲାନିଆ, ଝିଅ ଇଭାଙ୍କା ଓ ଜ୍ୱାଇଁ ଜାରେଡ କୁଶନେର ସୋମବାର ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ବେଳେ ଗୁଜରାଟର ଅହମଦାବାଦରେ ଆୟୋଜିତ ହୋଇଥିବା ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମ ସାରିବା ପରେ ଡୋନାଲ୍ଡ ଟ୍ରମ୍ପ ନିଜ ପତ୍ନୀଙ୍କ ସହ ତାଜମହଲ ଦେଖିବା ପାଇଁ ଆଗ୍ରାରେ ପହଞ୍ଚି ଥିଲେ ।

ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ୍ ପଟେଲ୍‌ , ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟ ନାଥ ଓ ବରିଷ୍ଠ ଅଧିକାରୀମାନେ ସ୍ବାଗତ କରିଥିଲେ, ସେଠାରେ ତାଙ୍କୁ ତାଜମହଲ ବୁଲାଇବା ପାଇଁ ନୀତିନ ସିଂ ନାମକ ଜଣେ ଗାଇଡ୍ ଙ୍କୁ ରଖାଯାଇଥିଲା । ତାଜ୍‌ ମହଲରେ ପହଞ୍ଚି ଏହାର ସୌନ୍ଦର୍ଯ୍ୟ ଓ ଐତିହ୍ୟକୁ ଦେଖିବାପାଇଁ ୨ ଘଣ୍ଟାରୁ ଅଧିକ ସମୟ ରହିଥିଲେ ଟ୍ରମ୍ପ ପରିବାର ।

ତାଜମହଲର ଶଙ୍ଖମଲମଲ ମାର୍ବଲ କୁ ଦେଖି ସେ ବେଶ୍‌ ଖୁସୀ ହୋଇଥିଲେ ଏହା ଭାରତ କଳା ଭାସ୍କର୍ଯ୍ୟର ପରିଚୟ ବୋଲି କହିଥିଲେ ଏବଂ ଅନ୍ୟପଟେ ଝିଅ ଇଭାଙ୍କା ଓ ଜ୍ବାଇଁ ଜାରେଡ୍ ତାଜମହଲର ସୌନ୍ଦର୍ଯ୍ୟକୁ ଉପଭୋଗ କରିଥିଲେ ଏବଂ ୱାଃ… ତାଜ୍ ବୋଲି ମଧ୍ୟ କହିଥିଲେ ।

Reply