ଭାରତ- ଆମେରିକା ଦୁଇ ଦେଶ ମଧ୍ୟରେ ଜାଣନ୍ତୁ କେଉଁ କେଉଁ ସବୁ ଚୁକ୍ତି ସ୍ୱାକ୍ଷରିତ ହୋଇଛି !

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ ନୂଆଦିଲ୍ଲୀ ସ୍ଥିତ ହାଇଦ୍ରାବାଦ୍‌ ହାଉସ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଭାରତ-ଆମେରିକା ଗ୍ଲୋବାଲ ଷ୍ଟ୍ରାଟେଜିକ ପାର୍ଟନର । ଏହି ଆୟୋଜିତ ଏକ ବୈଠକରେ ଦୁଇଦେଶର ପ୍ରତିନିଧିମାନେ ମଧ୍ୟ ଯୋଗ ଦେଇଛନ୍ତି । ଏମିତିକି ଭାରତ- ଆମେରିକା ମଧ୍ୟରେ କେତୋଟି ଚୁକ୍ତି ମଧ୍ୟ ସ୍ୱାକ୍ଷରିତ ହୋଇଛି ।

ମାନସିକ ସ୍ୱାସ୍ଥ୍ୟ ନେଇ ଉଭୟ ଦେଶ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି ଏବଂ ଉଭୟ ଦେଶ ମଧ୍ୟରେ ତୈଳ କାରବାରରେ ସହଯୋଗ ନେଇ ଚୁକ୍ତି ସ୍ୱାକ୍ଷରିତ ହୋଇଛି ଏବଂ ପ୍ରତିରକ୍ଷା-ଶକ୍ତି-ସୁରକ୍ଷା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ନେଇ ସହମତି ପ୍ରକାଶ ପାଇଛି।

ଆମେରିକା ଭାରତକୁ ଆପାଚେ ଏବଂ ଏମ୍‌ଏଚ୍‌-୬୦ ରୋମେଓ ହେଲିକପ୍ଟର ସହ ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ୩୦୦ କୋଟି ଟଙ୍କାର ବିଭିନ୍ନ ସରଞ୍ଜାମ ଯୋଗାଇ ଦେବାକୁ ଆମେରିକା ସହମତି ପ୍ରକାଶ ପାଇଛି । ବୈଠକରେ ୫ଜି ଓ୍ବେରଲେସ୍‌ ନେଟ୍‌ଓ୍ବାର୍କ ଉପରେ ମଧ୍ୟ ଆଲୋଚନା ମଧ୍ୟ ହୋଇଛି ।

Reply