ଚୀନରେ କରୋନା ଭାଇରସ ର ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି, ଏହି କରୋନା ଭାଇରସ ର ସଂକ୍ରମଣ ଫଳରେ ମୃତ୍ୟୁ ସଂଖ୍ୟା ୧୦୦୦ ପାର ହୋଇ ଗଲାଣି । ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା ଯେ ଏପରି ଘଟଣା ପ୍ରଥମ ଯାହା ଚୀନ ଏହି ସଂକ୍ରମଣ କୁ ରୋକିବାପାଇଁ ବହୁ ପ୍ରୟାସ କଲେ ମଧ୍ୟ ସମ୍ପୂର୍ଣ ଭାବରେ ଫଳପ୍ରଦ ହୋଇପାରିନାହିଁ । ଏହା ଛଡା ବର୍ତମାନ ଯାଏଁ ଚୀନ ରେ ପ୍ରାୟ ୪୩୧୦୫ ରୁ ଅଧିକା ଲୋକେ ଏହି କରୋନା ଭାଇରସ ର ସଂକ୍ରମଣ ରେ ଶିକାର ହୋଇସାରିଛନ୍ତି ।
ଚୀନ ର ସ୍ୱାସ୍ଥ୍ୟ ବିଭାଗ ଏହା ମଧ୍ୟ ନିଶ୍ଚିତ କରିଛନ୍ତି ଯେ ଏହି କରୋନା ଭାଇରସ ବର୍ତମାନ ଭୟଙ୍କର ରୂପ ନେଲାଣି ଏମିତିକି ଯଦି କୌଣସି ସଂକ୍ରମଣ ବ୍ୟକ୍ତିଙ୍କୁ ଛୁଇଁ ଦେଲେ ବା ସଂସ୍ପର୍ଶ ରେ ଆସିଲେ ମଧ୍ୟ ଏହା ଅତି ସହଜରେ ବ୍ୟାପି ଯାଇଥାଏ ଏବଂ ଏହି ସୂଚନା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଘଠନ (WHO) ମଧ୍ୟ ଜାରି କରିଦେଇଛି ।
ଏମିତିକି ଏହି କରୋନା ଭାଇରସ ର ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି, ଆମେରିକାରେ ମଧ୍ୟ ୧୩ ଟି ସଂକ୍ରମଣ ହୋଇଥିବା ଘଟଣା ଜଣାପଡିଛି ,ଏବଂ ଜାପାନ ରେ ଏକ ପାଣି ଜାହାଜରେ ମୋଟ ୧୩୫ ଜଣ ଲୋକ ଏହି କରୋନା ଭାଇରସ ର ସଂକ୍ରମଣ ହୋଇଥିବାର ଜଣାପଡିଛି ।