ନିକଟରେ ଶେଷ ହୋଇଥିବା ବିଶ୍ୱ ଚମ୍ପିୟାନ ୱେଷ୍ଟଇଣ୍ଡିଜ଼ କୁ ଆୟର୍ଲାଣ୍ଡ ମାତ୍ର ୪ ରନ ରେ ହରେଇ ଦେଇଥିଲା, ଏହି ମ୍ୟାଚ ରେ ଆୟର୍ଲାଣ୍ଡ ୨୦ଓଭର ରେ ୭ ଵିକେଟ ବିନିମୟରେ ୨୦୮ ରନ କରିବାରେ ସକ୍ଷମ ହୋଇଥିଲା ଜବାବରେ ବିଶ୍ୱ ଚମ୍ପିୟାନ ୱେଷ୍ଟଇଣ୍ଡିଜ଼ ଦଳ ୨୦୪ ହିଁ କରି ପାରିଥିଲା ।

ହେଲେ ଏହି ମ୍ୟାଚରେ ଏକ ନୂଆ ରେକର୍ଡ ମଧ୍ୟ ଦେଖିବାକୁ ମିଳିଥିଲା ତେବେ ଆସନ୍ତୁ ଜାଣିବା ସେହି ରେକର୍ଡ ବିଷୟରେ, ଟି୨୦ ମ୍ୟାଚ ରେ ପାୱାର ପ୍ଳେ ରେ ସବୁଠାରୁ ଅଧିକା ରନ( ୯୩ ) ସଂଗ୍ରହକାରି ଦଳ ଭାବରେ ଆୟର୍ଲାଣ୍ଡ ଏହି ରେକର୍ଡ କୁ ନିଜ ନାମରେ କରିଥିଲା।

ଟି୨୦ ମ୍ୟାଚ ରେ ପାୱାର ପ୍ଳେ ରେ ସବୁଠାରୁ ଅଧିକା ରନ କରିଥିବା ଟପ ୫ ଜଣ ଟିମ ହେଉଛନ୍ତି, ୧. ( ୯୩ ରନ ଆୟର୍ଲାଣ୍ଡ ବନାମ ୱେଷ୍ଟଇଣ୍ଡିଜ଼ ୨୦୨୦ ରେ ), ୧.( ୯୧ରନ ନେଦରଲାଣ୍ଡ ବନାମ ଆୟର୍ଲାଣ୍ଡ ୨୦୧୪ ଟି୨୦ ବିଶ୍ୱକପ ),୩.( ୮୯ ରନ ଇଂଲଣ୍ଡ ବନାମ ସାଉଥ ଆଫ୍ରିକା ୨୦୧୬ ଟି୨୦ ବିଶ୍ୱକପ ),୪.( ୮୮ ରନ ସାଉଥ ଆଫ୍ରିକା ବନାମ ଇଂଲଣ୍ଡ ୨୦୧୫ ),୫.( ୮୬ ରନ ୱେଷ୍ଟଇଣ୍ଡିଜ଼ ବନାମ ସାଉଥ ଆଫ୍ରିକା୨୦୧୫)