ବଲିଉଡ୍‌ ଅଭିନେତ୍ରୀ ସବାନା ଆଜମି କାର୍‌ ଦୁର୍ଘଟଣାରେ ଆହତ, ଜାଣନ୍ତୁ କେମିତି ଘଟିଲା ଏଭଳି ଅଘଟଣା

ବଲିଉଡ୍‌ ଅଭିନେତ୍ରୀ ସବାନା ଆଜମି ଶୁକ୍ରବାର ଦିନ ଅପରାହ୍ନ ୩.୩୦ ମିନଟରେ ମୁମ୍ବାଇ-ପୁନେ ଏକ୍ସପ୍ରେସଓ୍ବେର କାହଲପୁରଠାରେ ଏକ ଦୁର୍ଘଟଣାରେ ଆହତ ହୋଇଥିବା ସୂଚନା ମିଳିଛି। ତାଙ୍କ କାର୍‌ ଦୁର୍ଘଟଣା ହେବା ସହ ସେ ଓ ତାଙ୍କ ଡ୍ରାଇଭର ଏଥିରେ ଆହତ ହୋଇଛନ୍ତି।

ସେଥିରେ ତାଙ୍କ ସ୍ବାମୀ ଜାଭେଦ ଅଖତର ଥିଲେ ମଧ୍ୟ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପୁନେରୁ ମୁମ୍ବାଇ ଯାଇଥିବା ବେଳେ ତାଙ୍କ କାର୍‌ ଏକ ଟ୍ରକ୍‌ ସହ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଆହତଙ୍କୁ ଏମ୍‌ ଜିଏମ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଉଛି।

କିନ୍ତୁ ବଲିଉଡ୍‌ ଅଭିନେତ୍ରୀ ସବାନା ଆଜମି ଙ୍କ ସମ୍ପର୍କୀୟ ଙ୍କ କହିବା ଅନୁଯାଇ ଏମ୍‌ ଜିଏମ୍‌ ହସ୍ପିଟାଲରେ ଭର୍ତି ହେବା ପରେ ବର୍ତମାନ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି ।

Leave a Reply

Your email address will not be published. Required fields are marked *