IPL 2020ର ନିଲାମୀ ରେ କେତେ ଖେଳାଳି ଙ୍କ ଉପରେ ଟିମ ବଡ ବୋଲୀ ଲଗେଇଛନ୍ତି । ଏହି ନିଲାମୀ ରେ ଅଷ୍ଟ୍ରେଲିଆ ର ଫାଷ୍ଟ ବୋଲର Pat Cummins ଙ୍କୁ 15.5 କୋଟି ଟଙ୍କା ରେ Kolkata Knight Riders କିଣିଲା ଓ ଏହା ସହ ସେ IPL ଇତିହାସ ର ସବୁଠୁ ମହଙ୍ଗା ବିଦେଶୀ ଖେଳାଳି ହୋଇଗଲେ । ଅଷ୍ଟ୍ରେଲିଆ ର Glen Maxwell ଙ୍କୁ Kings XI Punjab 10.5 କୋଟି ଟଙ୍କା ରେ କିଣିଲା ।

ସାଉଥ ଆଫ୍ରିକା ର ଅଲରାଉଣ୍ଡର Chris morris ଙ୍କୁ କୋହଲି ଙ୍କ ଟିମ Royal Challengers Bangalore 10 କୋଟି ଟଙ୍କା ରେ କିଣିଲା । ଏହି ନିଲାମୀ ର ଆରମ୍ଭ Chris Lynn ଙ୍କ ଠାରୁ ହିଁ ଆରମ୍ଭ ହେଲା, ଯାହାକୁ Mumbai Indians ତାଙ୍କ ବେସ ପ୍ରାଇସ 2 କୋଟି ଟଙ୍କା ରେ କିଣିଲା । ଏହା ଛଡା Eoin Morgan ଙ୍କୁ Kolkata, Aaron Finch ଙ୍କୁ Bangalore ଓ Robin Uthappa ଙ୍କୁ Rajasthan Royals ନିଜ ଟିମ ରେ ଶାମିଲ କଲେ ।

ଅଷ୍ଟ୍ରେଲିଆ ର ଯୁବା ଵିକେଟ କିପର Alex Carrie ଙ୍କୁ Delhi 2.4 କୋଟି ରେ, Nathan Coulter Nile ଙ୍କୁ Mumbai 8 କୋଟି ରେ ଓ Priyam Garg ଙ୍କୁ 1.9 କୋଟି ରେ Hyderabad ନିଜ ଟିମ ରେ ଶାମିଲ କଲା ।

କିଛି ଦିନ ପୂର୍ବରୁ ଭାରତ ଟୁର ରେ ଭଲ ପ୍ରଦର୍ଶନ କରିଥିବା ୱେଷ୍ଟଇଣ୍ଡିଜ ର ଧାକଡ଼ ବ୍ୟାଟ୍ସମେନ Shimran Hetmyer ଙ୍କୁ Delhi 7.75 କୋଟି ରେ କିଣିଲା । David Miller ଙ୍କୁ 75 ଲକ୍ଷ ରେ Rajasthan Royals ନିଜ ଟିମ ରେ ଶାମିଲ କଲା ।

ଏହା ଛଡା ପ୍ରମୁଖ ଖେଳାଳି Dale Steyn, Yusuf Pathan ଓ Colin de Grandholm ଙ୍କୁ ନିଲାମୀ ରେ କୌଣସି ଟିମ କିଣି ନଥିଲା, ବରଂ Yuvraj Singh ଏହି ନିଲାମୀ ର ଅଂଶ ନଥିଲେ ।