ଜାଣିନଥିବେ ଏହି ରେକର୍ଡ ବିଷୟରେ ODI ରେ ସଚିନ ଓ ଜାଡେଜା ଙ୍କ ରେକର୍ଡ ଭାଙ୍ଗିଲେ ଶ୍ରେୟସ ଅୟର ଓ ଋଷଭ ପନ୍ତ…

ରୋହିତ ଶର୍ମା 159 ରନ ଓ କେ ଏଲ ରାହୁଲ 102 ରନ ର ଜବରଦସ୍ତ ପାଳି ର ଦମ ରେ ଭାରତ ୱେଷ୍ଟଇଣ୍ଡିଜ ବିରୁଦ୍ଧ ଦ୍ୱିତୀୟ ODI ରେ 50 ଓଭର ରେ 5ଟି ଵିକେଟ ହରେଇ 387 ରନ ବନେଇଥିଲେ ଓ ଶେଷରେ ମ୍ୟାଚ ଜିତି ସିରିଜ ୧-୧ ରେ ବରାବର କରିଥିଲା । ତେବେ ଆସନ୍ତୁ ଜାଣିବା ଶ୍ରେୟସ ଅୟର ଙ୍କ ରେକର୍ଡ ବିଷୟରେ

ଶ୍ରେୟସ ଅୟର ରଚିଲେ ଇତିହାସ :- 47ତମ ଓଭର ରେ ଶ୍ରେୟସ ଅୟର 31 ରନ ମାରିଥିଲେ । ODI ଇତିହାସ ରେ ଭାରତ ର କୌଣସି ବ୍ୟାଟ୍ସମେନ ଙ୍କ ଦ୍ୱାରା ଗୋଟିଏ ଓଭର ରେ ହୋଇଥିବା ଏହା ସବୁଠୁ ଅଧିକ ରନ ଅଟେ । 47ତମ ଓଭର ରେ ଶ୍ରେୟସ ଅୟର 28 ରନ ବନେଇଥିଲେ । ପନ୍ତ 1 ରନ ଓ ବାକି 2ରନ ଅତିରିକ୍ତ ଭାବରେ ରେ ଆସିଥିଲା ।

କେ ଏଲ ରାହୁଲ ଓ ରୋହିତ ଶର୍ମା ପ୍ରଥମ ଵିକେଟ ପାଇଁ 227 ରନ ର ପାର୍ଟନରସିପ କରିଥିଲେ । ପ୍ରଥମେ କେ ଏଲ ରାହୁଲ 102 ରନ କରି ଆଉଟ ହୋଇଥିଲେ ଓ ପରେ ରୋହିତ ଶର୍ମା 159 ରନ ର ପାଳି ଖେଳିଥିଲେ । ରୋହିତ 138 ବଲ ରେ 5ଟି ଛକ୍କା ଓ 17ଟି ଚୌକା ସାହାଯ୍ୟ ରେ 159 ରନ ବନେଇଥିଲେ ।

ଏହି ଦୁଇଜଣ ଆଉଟ ହେବା ପରେ ଯୁବ ଦିଗ୍ଗଜ ବ୍ୟାଟ୍ସମେନ ଶ୍ରେୟସ ଅୟର ଓ ଋଷଭ ପନ୍ତ ଜବରଦସ୍ତ ପାଳି ଖେଳି ୱେଷ୍ଟଇଣ୍ଡିଜ ବୋଲର ଙ୍କୁ ବହୁତ ଧୁଲାଈ କରିଥିଲେ । ଦୁଇଜଣ ଚତୁର୍ଥ ଵିକେଟ ପାଇଁ କେବଳ 25ଟି ବଲ ରେ 73 ରନ ର ପାର୍ଟନରସିପ କରିଥିଲେ । ଋଷଭ ପନ୍ତ 16ଟି ବଲ ରେ 39 ରନ କରି ଆଉଟ ହୋଇଥିଲେ । ପନ୍ତ ନିଜ 39 ରନ ର ପାଳି ରେ 3ଟି ଚୌକା ଓ 4ଟି ଛକ୍କା ମାରିଥିଲେ । ଶ୍ରେୟସ ଅୟର 32ଟି ବଲ ରେ 53 ରନ କରିଥିଲେ । ଅୟର ନିଜ ପାଳି ରେ 3ଟି ଚୌକା ଓ 4ଟି ଛକ୍କା ମାରିଥିଲେ । ଏହା ସହ ୪ ଟି ଲଗାତାର ଅର୍ଦ୍ଧଶତକ ର ରେକର୍ଡ ମଧ୍ୟ କରିଛନ୍ତି।

Leave a Reply