ପ୍ରେମ ନା ଜାତି ଦେଖୁଛି, ନା ବୟସ, କିଛି କ୍ରିକେଟର୍ସ ଙ୍କ ସହିତ ମଧ୍ୟ ହୋଇଯାଇଛି । ଆଜି ଆମେ ଏମିତି କିଛି କ୍ରିକେଟର ଙ୍କ ବିଷୟ ରେ କହିବୁ, ଯାହାର ସ୍ତ୍ରୀ ର ବୟସ ଓ ତାଙ୍କ ବୟସ ମଧ୍ୟରେ ବହୁତ ବଡ଼ ପ୍ରଭେଦ ଅଛି ।
୬. Glenn McGrath ଓ Sarah Leonardi :- Glenn McGrath ଙ୍କ ପ୍ରଥମ ସ୍ତ୍ରୀ Jane Britain ଥିଲା । କିନ୍ତୁ ୪୨ ବର୍ଷ ର ବୟସ ରେ ତାଙ୍କର କ୍ୟାନ୍ସର ସର୍ଜରୀ ସମୟ ରେ ମୃତ୍ୟୁ ହୋଇଯାଇଥିଲା । ତା’ପରେ ୨୦୦୯ ର IPL ରେ McGrath ଙ୍କ ଦେଖା Sarah Leonardi ଙ୍କ ହୋଇଥିଲା । ୨ ଜଣ ୧୮ ନଭେମ୍ବର ୨୦୧୦ ରେ ବିବାହ କରିଥିଲେ । ଏହି ସମୟ ରେ McGrath ଙ୍କ ବୟସ ୪୭ ବର୍ଷ ଓ Sarah ଙ୍କ ବୟସ ୩୫ ବର୍ଷ ଥିଲା । ୨ ଜଣ ଙ୍କ ମଧ୍ୟରେ ୧୨ ବର୍ଷ ର ପ୍ରଭେଦ ଅଛି ।
୫. ସଚିନ ତେନ୍ଦୁଲକର ଓ ଅଞ୍ଜଲୀ ତେନ୍ଦୁଲକର :- କ୍ରିକେଟ ଜଗତ ର ଭଗବାନ ବୋଲି କୁହାଯାଉଥିବା ସଚିନ ତେନ୍ଦୁଲକର ଅଞ୍ଜଲୀ ଙ୍କ ସହ ବିବାହ କରିଛନ୍ତି । ସଚିନ ତେନ୍ଦୁଲକର ବୟସ ରେ ତାଙ୍କ ସ୍ତ୍ରୀ ଠାରୁ ଛୋଟ ଅଟନ୍ତି । ୨ଜଣ ଙ୍କ ବୟସ ରେ ୬ ବର୍ଷ ର ପ୍ରଭେଦ ଅଛି । ୨ଜଣ ୨୪ ମଇ ୧୯୯୫ ରେ ବିବାହ କରିଥିଲେ । ଅଞ୍ଜଲୀ ପ୍ରଫେସନ ରେ ଡାକ୍ତର ଅଟନ୍ତି । ସଚିନ ଓ ଅଞ୍ଜଲୀ ୨ ଟି ଛୁଆ ଅଛି, ଝିଅ ସାରା ଓ ପୁଅ ଅର୍ଜୁନ ତେନ୍ଦୁଲକର ।
୪. ଶିଖର ଧୱନ ଓ ଆୟଶା ମୁଖର୍ଜୀ :- ୧୦ ବର୍ଷ ପୂର୍ବରୁ ଧୱନ ନିଜ ଠାରୁ ୧୦ ବର୍ଷ ବଡ଼ ଓ ୨ ଛୁଆ ର ମା ଆୟଶା ମୁଖର୍ଜୀ ଙ୍କୁ ପ୍ରେମ କରୁଥିଲେ ଓ ପରେ ସେ ଆୟଶା ଙ୍କୁ ନିଜ ଜୀବନସାଥୀ ମଧ୍ୟ ବନେଇଥିଲେ । ଆୟଶା ର ପ୍ରଥମ ବିବାହ ଜଣେ ବିଜନେସମେନ ଙ୍କ ସହ ହୋଇଥିଲା । ପ୍ରଥମ ବିବାହ ରେ ତାଙ୍କର ୨ ଟି ଝିଅ ଅଛି, ତାଙ୍କ ନାମ ହେଉଛି ରିୟା ଓ ଅଲିୟାହ । ଶିଖର ଓ ଆୟଶା ର ଗୋଟେ ପୁଅ ଅଛି । ପୁଅ ର ନାମ ହେଉଛି ଜୋରାଵର ।
୩. ଇରଫାନ ପଠାନ ଓ ସଫା ବେଗ :- ପାକିସ୍ତାନ ବିରୁଦ୍ଧ ଟେଷ୍ଟ କ୍ରିକେଟ ରେ ହ୍ୟାଟ୍ରିକ ନେଇଥିବା ଇରଫାନ ପଠାନ ୪ ଫେବୃଆରୀ ୨୦୧୬ ରେ ଜେଦ୍ଦା ରେ ରହୁଥିବା ମଡେଲ ସଫା ବେଗ ଙ୍କ ସହ ମୁସଲିମ ଙ୍କ ପଵିତ୍ର ସ୍ଥାନ ମକ୍କା ରେ ବିବାହ କରିଥିଲେ । ସେ ମର୍ଜୀ ଫାରୁକ ବେଗ ଙ୍କ ଝିଅ ଅଟନ୍ତି । ୨୦ ଡିସେମ୍ବର ୨୦୧୬ ରେ ସଫା ଗୋଟେ ପୁଅ କୁ ଜନ୍ମ ଦେଇଥିଲେ । ବର୍ତମାନ ଇରଫାନ ପଠାନ ଙ୍କୁ ୩୪ ବର୍ଷ ଓ ସଫା ବେଗ ଙ୍କୁ ୨୪ ବର୍ଷ ହୋଇଛି । ୨ ଜଣ ଙ୍କ ମଧ୍ୟରେ ୧୦ ବର୍ଷ ର ପ୍ରଭେଦ ଅଛି ।
୨. ୱସୀମ ଅକରମ ଓ ସନାୟରା :- ୱସୀମ ଅକରମ ୧୯୯୫ ରେ ହୁମା ମୁଫତୀ ଙ୍କ ସହ ବିବାହ ହୋଇଥିଲା । ବିବାହ ର ୧୪ ବର୍ଷ ପରେ ରୋଗ କାରଣ ରୁ ୨୦୦୯ ରେ ହୁମା ଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ୱସୀମ ଅକରମ ଅଷ୍ଟ୍ରେଲିଆ ର ସନାୟରା ଙ୍କୁ ୧୨ ଅଗଷ୍ଟ ୨୦୧୩ ରେ ବିବାହ କରିଥିଲେ । ବର୍ତମାନ ୱସୀମ ଅକରମ ଙ୍କୁ ୫୩ ବର୍ଷ ଓ ସନାୟରା ଙ୍କୁ ୩୬ ବର୍ଷ ହୋଇଛି । ୱସୀମ ଅକରମ ତାଙ୍କ ଠାରୁ ୧୭ ବର୍ଷ ବଡ଼ ଅଟନ୍ତି ।
୧. Shoaib Akhtar ଓ Rubab Khan :- ପାକିସ୍ତାନ ର ପୂର୍ବ କ୍ରିକେଟର Shoaib Akhtar ୨୫ ଜୁନ ୨୦୧୪ ରେ Rubab ଙ୍କୁ ବିବାହ କରିଥିଲେ । Rubab ବୟସ ରେ Shoaib ଙ୍କ ଠାରୁ ୧୯ ବର୍ଷ ଛୋଟ ଅଟନ୍ତି । Shoaib ଓ Rubab ଙ୍କର ଗୋଟେ ପୁଅ ଅଛି । ଯାହାର ନାମ ହେଉଛି Mohammad Mikail Ali ।