୩୦ ବର୍ଷ ପରେ ଏଭଳି ଏକ ସଂଯୋଗ ହୋଇଛି ଯାହା ବୃହସ୍ପତି ଓ ଚନ୍ଦ୍ରମା ର କେନ୍ଦ୍ର ଯୋଗରେ ଏହି ପୌଷ ମାସ ଆରମ୍ଭ ହୋଇଛି ଯାହା 13 ଡିସେମ୍ବର ଶୁକ୍ରବାର ଠାରୁ ସୂର୍ଯ୍ୟ ପୂଜା ର ବିଶେଷ ମାସ ପୌଷ ଆରମ୍ଭ ହେଉଛି । କିନ୍ତୁ ମଳ ମାସ କାରଣରୁ ୧୪ ଜାନୁୟାରୀ ପର୍ଯ୍ୟନ୍ତ ମାଙ୍ଗଳିକ ଓ ଶୁଭ କାର୍ଯ୍ୟ କରିପାରିବେ ନାହିଁ କେବଳ ଭଗବାନ ଙ୍କ ପୂଜାର୍ଚନା ହିଁ କରିହେବ,ଏହି ମାସ ରେ ଶୀତ ଋତୁ ନିଜର ପୁରା ପ୍ରଭାବ ରେ ରହିଥାଏ । ଦିନ ଛୋଟ ଓ ରାତି ଲମ୍ବା ରହିଥାଏ । ଆସନ୍ତୁ ଜାଣିବା ପୌଷ ମାସ ରେ କେଉଁ-କେଉଁ ବ୍ରତ, ପର୍ବ ପଡୁଛି ଓ ଏହି ଖାସ ଦିନ ରେ କେଉଁ ଶୁଭ କାମ କରାଯାଇପାରିବ । ଏବଂ ସୂର୍ଯ୍ୟଙ୍କୁ କେମିତି ପୂଜା କରିବେ,

ଏହି ମାସ ରେ ସକାଳୁ ଜଲ୍ଦୀ ଉଠି ସ୍ନାନ କରିବା ପରେ ସୂର୍ଯ୍ୟ ଙ୍କୁ ଜଳ ଚଢେଇବାର ପୁରୁଣା ପରମ୍ପରା ଅଛି । ଥଣ୍ଡା ଦିନ ରେ ସକାଳୁ ଜଲ୍ଦୀ ଉଠିଲେ ସ୍ୱାସ୍ଥ୍ୟ କୁ ଲାଭ ମିଳିଥାଏ । ଉଜ୍ଜେନ ର ଜ୍ୟୋତିଷ ଆଚାର୍ଯ୍ୟ ପଣ୍ଡିତ ପ୍ରବୀଣ ଦ୍ୱିବେଦୀ ଙ୍କ ଅନୁସାରେ ଏହି ମାସରେ ଅଧିକାଂଶ ଶୁଭ କାର୍ଯ୍ୟ ହୋଇନଥାଏ କିନ୍ତୁ ପୌଷ ମାସ କୁ ସୂର୍ଯ୍ୟ ପୂଜା ର ବିଶେଷ ମାସ ବୋଲି ମନା ଯାଏ , ସୂର୍ଯ୍ୟ ଙ୍କୁ ଜଳ ଚଢେଇବା ସମୟରେ ସୂର୍ଯ୍ୟ ଙ୍କ କିରଣ ଆମ ଶରୀର ଉପରେ ପଡିଥାଏ, ଯାହା ଫଳରେ ତ୍ୱଚା ସମ୍ବନ୍ଧିତ କେତେ ସମସ୍ୟା ଦୂର ହୋଇପାରେ ।

- ରବିବାର, 22 ଡିସେମ୍ବର ରେ ସଫଲା ଏକାଦଶୀ ରହିବ । ଏହି ତିଥି ରେ ଭଗବାନ ବିଷ୍ଣୁ ଓ ତାଙ୍କ ଅବତାର ପାଇଁ ବିଶେଷ ପୂଜା-ଅର୍ଚନା କରାଯାଏ ।
- ବୁଧବାର, 25 ଡିସେମ୍ବର ରେ ପୌଷ ମାସ ର ଅମବାସ୍ୟା ରହିବ । ଏହି ଦିନ ପିତୃ ପୁରୁଷ ଙ୍କୁ ତର୍ପଣ ଓ ଶ୍ରାଦ୍ଧ କର୍ମ କରାଯାଏ । ଅମବାସ୍ୟା ରେ ନଦୀ ରେ ସ୍ନାନ କରିବା ଓ ଦାନ-ପୁଣ୍ୟ ର ପରମ୍ପରା ଅଛି ।
- ଗୁରୁବାର, 26 ଡିସେମ୍ବର ରେ ସୂର୍ଯ୍ୟ ପରାଗ ହେବ । ଏହି ପରାଗ ଭାରତ ରେ ମଧ୍ୟ ଦେଖା ଦେବ । ଏହି ଦିନ ଅଶୁଦ୍ଧି ସମୟ ରେ ପୂଜା-ପାଠ କରିବା ଅନୁଚିତ ।
- ରବିବାର. 29 ଡିସେମ୍ବର ରେ ବିନାୟକୀ ଚତୁର୍ଥୀ ରହିବ । ଏହି ତିଥି ରେ ଗଣେଶ ଙ୍କ ପାଇଁ ପୂଜା କରିବା ଉଚିତ ।
- ବୁଧବାର, 1 ଜାନୁଆରୀ ରୁ ନୂଆ ବର୍ଷ ଆରମ୍ଭ ହୋଇଯିବ । ଏହି ଦିନ ନିଜ ଆରାଧ୍ୟ ଦେବତା ଙ୍କୁ ପୂଜା କରିବା ଉଚିତ । ଯଦି ସମ୍ଭବ ହେବ ତେବେ 1 ଜାନୁଆରୀ ରେ କୌଣସି ତୀର୍ଥ ରେ ଅବଶ୍ୟ ଯାଆନ୍ତୁ । ମାନ୍ୟତା ଅଛି କି ନୂଆ ବର୍ଷ ର ଆରମ୍ଭ ରେ ଶୁଭ କର୍ମ କରିବା ଉଚିତ ।
- ସୋମବାର, 6 ଜାନୁଆରୀ ରେ ପୁତ୍ରଦା ଏକାଦଶୀ ରହିବ । ଏହି ତିଥି ରେ ଭଗବାନ ବିଷ୍ଣୁ ଓ ତାଙ୍କ ଅବତାର ଙ୍କର ପୂଜା କରନ୍ତୁ । ଶ୍ରୀକୃଷ୍ଣ ଙ୍କ ବାଳ ସ୍ୱରୂପ ବାଲ ଗୋପାଲ ଙ୍କୁ ଦକ୍ଷିଣାବର୍ତ୍ତୀ ଶଙ୍ଖ ରେ ଅଭିଷେକ କରନ୍ତୁ ।
- ଶୁକ୍ରବାର, 10 ଜାନୁଆରୀ ରେ ପୌଷ ମାସ ର ପୂର୍ଣ୍ଣମୀ ରହିବ । ଏହି ତିଥି ରେ ପବିତ୍ର ନଦୀ ରେ ସ୍ନାନ କରିବାର ପରମ୍ପରା ଅଛି । ସ୍ନାନ ପରେ ସୂର୍ଯ୍ୟ ଙ୍କୁ ଅର୍ଘ୍ୟ ଅର୍ପଣ କରିବା ଉଚିତ ।