ବଲିଉଡ ଅଭିନେତ୍ରୀ ପାୟଲ ରୋହତଗି ମଙ୍ଗଳବାର ଦିନ ରାଜସ୍ଥାନ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଗାନ୍ଧୀ ପରିବାର ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଓ ତାଙ୍କ ବାପା ମୋତିଲାଲ ନେହେରୁଙ୍କ ବିରୋଧରେ ଏକ ଆପତ୍ତିଜନକ ଭିଡିଓ କରି ବିବାଦ ଘେରକୁ ଆସିଥିଲେ। ସୋମବାର ରାଜସ୍ଥାନର ବୁନ୍ଦି ପୋଲିସ ଗିରଫ କରିଥିଲା ବେଳେ ମଙ୍ଗଳବାର ରାଜସ୍ଥାନ କୋର୍ଟରୁ ତାଙ୍କୁ ଜାମିନ ମିଳିଛି।
ବଲିଉଡ ଅଭିନେତ୍ରୀ ପାୟଲ ଙ୍କ ଓକିଲ କହିବା ଅନୁଯାଇ ସେ ଏମିତି କୌଣସି ଅପରାଧ କରିନାହାନ୍ତି ଯେଉଁଥିପାଇଁ ତାଙ୍କୁ ଜେଲ ଭିତରେ ରହିବାକୁ ପଡିବ ଏବଂ କହିଛନ୍ତି ଯେ ଗାନ୍ଧୀ ପରିବାର ବିରୋଧରେ ଏକ ଆପତ୍ତିଜନକ ଭିଡିଓ କରି ବିବାଦ ଘେରକୁ ଆସିବା ପରେ ପୋଲିସ ତାଙ୍କୁ ୧୫ ତାରୀକ୍ଷରେ ଗିରଫ କରିଥିଲା କିନ୍ତୁ ମଙ୍ଗଳବାର ଦିନ ତାଙ୍କୁ ଜାମିନ ମିଳିଛି , କୋର୍ଟ ୫୦ ହଜାର ର ଏକ ବଣ୍ଡ ସହ ୨୫ ହଜାର ଟଙ୍କାର ପ୍ରତି ସେକୁରିଟି ଜିମା ରଖି ତାଙ୍କୁ ଜାମିନ ଦେଇଛନ୍ତି। ପାୟଲ ଜେଲ୍ରେ କାଟିଥିବା ପ୍ରଥମ ରାତିର ଅନୁଭୂତିକୁ ଶେୟାର କରିଛନ୍ତି।
ଜେଲ୍ରେ ପ୍ରଥମ ରାତିର ଅନୁଭୂତି ବହୁତ ଭୟାବହ ଥିଲା। ଏହି ଜେଲ୍ଦଣ୍ଡ ମୋର ପ୍ରଥମ ଏବଂ ଶେଷ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଜେଲ୍ରୁ ବାହାରିବା ପରେ ସେ ବେଶ୍ ଖୁସି ହେବା ସହ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ସେ କହିଛନ୍ତି, ଏବେ ବି ଭିଡିଓ ତିଆରି କରିବା ଜାରି ରହିବ। ମୋର କହିବାର ସମ୍ପୂର୍ଣ୍ଣ ଅଧିକାର ରହିଛି। ହେଲେ ଭିଡିଓ ତିଆରି କରିବା ସମୟରେ ସବୁ ଦିଗ ପ୍ରତି ଧ୍ୟାନ ଦେବି, ଯେପରି ଏହି ଭୁଲ ଆଉଥରେ ନ ହୁଏ।