ସୌରଭ ଗାଙ୍ଗୁଲି ଙ୍କ ବଡ ବୟାନ କହିଲେ ଟିମ ରେ କେହି ନିଜ ଜାଗା ପକ୍କା କରିବା ପାଇଁ ଖେଳୁନାହାନ୍ତି ବରଂ…

ୱେଷ୍ଟଇଣ୍ଡିଜ ବିରୁଦ୍ଧ ଟି-20 ସିରିଜ ରେ ଭାରତ ଜିତିବା ପରେ BCCI ର ଅଧ୍ୟକ ସୌରଭ ଗାଙ୍ଗୁଲୀ ‘Fearless Batting’ କୁ ନେଇ ଟିମ ଇଣ୍ଡିଆ ର ପ୍ରଶଂସା କରିଛନ୍ତି । ଗାଙ୍ଗୁଲୀ କହିଲେ – ଭାରତ ପାଇଁ ସିରିଜ ଜିତିବା ସେତେ ମହତ୍ଵପୁର୍ଣ ନଥିଲା, ଯେତିକି ତାଙ୍କର Fearless Batting ଥିଲା । ଭାରତ ବୁଧବାର ଦିନ ମୁମ୍ବାଇ ରେ କେଳାଯାଇଥିବା ସିରିଜ ର ଶେଷ ମ୍ୟାଚ ରେ ୱେଷ୍ଟଇଣ୍ଡିଜ କୁ 67 ରନ ରେ ହରେଇ ଦେଇଛି । ଏହି ବିଜୟ ସହ ସେ 3ଟି ମ୍ୟାଚ ବିଶିଷ୍ଟ ସିରିଜ କୁ 2-1 ରେ ଜିତିଗଲା ।

ଗାଙ୍ଗୁଲୀ କହିଲେ ଯେ ” ଅଧିକାଂଶ ଲୋକଙ୍କୁ ଉମ୍ମୀଦ ନଥିଲା କି ଭାରତ ସିରିଜ ହାରିବ, ଏଥିପାଇଁ ବିଜୟ ହୋଇ କେହି ଆଶ୍ଚର୍ଯ୍ୟ ହୋଇନାହାନ୍ତି । ସିରିଜ ସମୟରେ ସବୁଠୁ ଖାସ କଥା ଯାହା ବାହରିକି ଆସିଲା ତାହା ହେଉଛି Fearless Batting । ଏବେ ସବୁ ଲୋକ ତାଙ୍କୁ ଆଗକୁ ମଧ୍ୟ ଦେଖିବେ । ବିନା କୌଣସି ଡର ରେ ଖେଳ, କାହିଁକିନା ଟିମ ରେ କେହି ନିଜ ଜାଗା ପକ୍କା କରିବା ପାଇଁ ଖେଳୁନାହାନ୍ତି, ବରଂ ଜିତିବା ପାଇଁ ଖେଳୁଛନ୍ତି । ବହୁତ ଶାନଦାର ଟିମ ଇଣ୍ଡିଆ । “

ମୁମ୍ବାଇ ରେ ହୋଇଥିବା ସିରିଜ ର ଶେଷ ମ୍ୟାଚ ରେ କୋହଲୀ ନିଜ କ୍ୟାରିୟର ର 24ତମ ଓ ରୋହିତ 19ତମ ଅର୍ଦ୍ଧଶତକ ମାରିଥିଲେ । ଲୋକେଶ ରାହୁଲ 91 ରନ ର ପାଳି ଖେଳିଲେ । ଏହା ତାଙ୍କର 8ମ ଅର୍ଦ୍ଧଶତକ ଥିଲା । ଟି-20ରେ ଦ୍ୱିତୀୟଥର ଭାରତ ର 3ଜଣ ବ୍ୟାଟ୍ସମେନ ଗୋଟିଏ ମ୍ୟାଚ ରେ 50+ ରନ କରିଛନ୍ତି । ଏହା ପୂର୍ବରୁ 2007ରେ ଡରବନ ରେ ଇଂଲଣ୍ଡ ବିରୁଦ୍ଧ ରେ ଏମିତି ହୋଇଥିଲା ।

Leave a Reply