ବ୍ରାଏନ ଲାରାଙ୍କ ସର୍ବାଧିକ ୪୦୦ ରନ୍ର ରେକର୍ଡ କେବଳ ଏହି ଦୁଇ ଭାରତୀୟ କ୍ରିକେଟର ଭାଙ୍ଗିପାରିବେ ବୋଲି ଓ୍ବେଷ୍ଟଇଣ୍ଡିଜର ପୂର୍ବତମ ଖେଳାଳି ବ୍ରାଏନ୍ ଲାରା ଏକ ସାକ୍ଷାତକାରରେ କହିଛନ୍ତି, କ୍ରିକେଟର ବ୍ରାଏନ ଲାରା ୨୦୦୩ରେ ଆଣ୍ଟିଗୁଆରେ ଟେଷ୍ଟ କ୍ରିକେଟରେ ସର୍ବାଧିକ ସ୍କୋର କରିବାର ରେକର୍ଡ ହାସଲ କରିଥିଲେ।
ସେ ଇଂଲଣ୍ଡ ବିପକ୍ଷରେ ଏକ ମ୍ୟାଚରେ ୪୦୦ରନର ବିଶାଳ ପାଳି ଖେଳି ଏହି ରେକର୍ଡ ସ୍ଥାପନ କରିଥିଲେ। ଏହି ରେକର୍ଡ ଆଜି ଯାଏଁ ବି କୌଣସି ଖେଳାଳି ଭାଙ୍ଗିପାରିନାହାନ୍ତି ଏବଂ ଏହା ଏବେ ମଧ୍ୟ କାଏମ୍ ରହିଛି। ଲାରା ନିଜର ଏହି ରେକର୍ଡକୁ ନେଇ ବ୍ରାଏନ ଲାରା ଏକ ବଡ ବୟାନ ଦେଇ ଏହି ଦୁଇ ଭାରତୀୟ ଖେଳାଳିଙ୍କୁ ପ୍ରଶଂସା କରିଛନ୍ତି।
ସେ କହିଛନ୍ତି ଯେ, ମୋର ଏହି ରେକର୍ଡକୁ କେବଳ ରୋହିତ ଶର୍ମା ଏବଂ ପୃଥ୍ବୀ ଶ’ ଏହି ଦୁଇ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାଙ୍ଗିପାରିବେ। ଏବଂ ଅଷ୍ରେଲିଆର ବେଟ୍ସମ୍ୟାନ ଡେଭିଡ ଓ୍ବାର୍ଣ୍ଣର ନିକଟରେ ପାକିସ୍ତାନ ବିପକ୍ଷ ଟେଷ୍ଟରେ ୩୩୫ ରନ୍ର ପାଳି ଖେଳିଥିବା ସମୟରେ ରୋହିତ ଶର୍ମା ହିଁ ଦିନେ ବ୍ରାଏନ ଲାରାଙ୍କ ରେକର୍ଡ ଭାଙ୍ଗିପାରିବେ ବୋଲି କହିଥିଲେ।