ଆପଣ ଜାଣିଥିବେ ଆଜିକାଲି ମୋବାଇଲ ଏତେମାତ୍ରାରେ ଆମ ଦୈନଦିନ ଜୀବନରେ ଆବଶ୍ୟକତା ବେଶ ଅଧିକ ଏମିତିକି ସମସ୍ତେ ଏହା ନିର୍ଭର କରୁଛନ୍ତି ଯେମିତି ମୋବାଇଲ ବିନା ଜୀବନ ଅଧୁରା ଅଟେ । ଳିକମାନଙ୍କୁ ପ୍ରତି ମୁହୂର୍ତ ରେ ମୋବାଇଲ ର ଦରକାର ପଡିଥାଏ ଏଥିପାଇଁ ଲୋକମାନେ ମୋବାଇଲ ଚାର୍ଜ ଯେମିତି ରହେ, ସେଥିପାଇଁ ବିଭିନ୍ନ ପାୱାର ବ୍ୟାଙ୍କ ର ମଧ୍ୟ ବ୍ୟବହାର କରୁଛନ୍ତି । ପାୱାର ବ୍ୟାଙ୍କ ଛଡା ବିମାନବନ୍ଦର, ଷ୍ଟେସନ, ହୋଟେଲ ଓ ସପିଙ୍ଗ ମଲ ମାନଙ୍କରେ ମୋବାଇଲ ଚାରଜିଙ୍ଗ କରିବା ପାଇଁ ୟୁଏସବି ପୋର୍ଟର ମଧ୍ୟ ସୁବିଧା ଦିଆଯାଉଛି ।
ଅଧିକାଂଶ ଲୋକ ସିଧାସଳଖ ମୋବାଇଲ ସହ ଏହି ୟୁଏସବି ପୋର୍ଟକୁ ଲଗାଇ ଚାର୍ଜ ମଧ୍ୟ କରୁଛନ୍ତି । କିନ୍ତୁ କେବେ ଆପଣ ଭାବିନଥିବେ ଯେ ଏହା କେତେ ସୁରକ୍ଷିତ ଅଟେ ଏହି ୟୁଏସବି ପୋର୍ଟ ? ‘ଜୁସ ଜେକିଙ୍ଗ’ ପ୍ରକ୍ରିୟା ମାଧ୍ୟମରେ ସାର୍ଵଜନିକ ୟୁଏସବି ପୋର୍ଟ ମାଧ୍ୟମରେ ଆପଣଙ୍କ ମୋବାଇଲରେ ମଲୱେୟାର ଇନଷ୍ଟଲ ହୋଇଯାଇଥାଏ ଆପଣଙ୍କୁ ଅସୁବିଧାରେ ପକାଇପାରେ । ଆପଣଙ୍କ ମୋବାଇଲରେ ଥିବା ସମସ୍ତ ଗୋପନ ତଥ୍ୟ ହାକରସ ଜାଣିବା ସହ ହେଁକିଙ୍ଗ କରିବା ସହଜ ହୋଇଯାଇଥାଏ ।
ତେବେ ଆପଣ ଏହି ଭୟଙ୍କର ସମସ୍ୟାରୁ ବା ଆପଣଙ୍କ ମୋବାଇଲରେ ମଲୱେୟାର ଇନଷ୍ଟଲ ସମସ୍ୟାରୁ କିଭଳି ବର୍ତ୍ତି ପାରିବେ ଜାଣିରଖନ୍ତୁ:- ସାଇବର ବିଶେଷଜ୍ଞ ଅନୁସାରେ ୟୁଏସବି କଣ୍ଡୋମ ଭଳି ଏକ ଡିଭାଇସ ବ୍ୟବହାର କରି ଆପଣଙ୍କ ଫୋନକୁ ସାଇବର ଆକ୍ରମଣରୁ ସୁରକ୍ଷା ଦେଇଥାଏ। ଏହି ଡିଭାଇସଟି ମୋବାଇଲକୁ ୟୁଏସବି ପୋର୍ଟରୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିଥାଏ। ୟୁଏସବି କଣ୍ଡୋମ ଏକ ଡାଟା ବ୍ଲକର ଭଳି କାର୍ଯ୍ୟ କରିଥାଏ । ଏହି ଡିଭାଇସ ମାଧ୍ୟମରେ ମୋବାଇଲ ପାଇଁ ଆବଶ୍ୟକୀୟ ବିଦ୍ୟୁତ ଆସିଥାଏ, କିନ୍ତୁ କୌଣସି ପ୍ରକାରର ଡାଟା ଏକ୍ସଚେଂଜ ହୋଇପାରିନଥାଏ । ବଜାରରେ ଏହାର ମୂଲ୍ୟ ପ୍ରାୟ ୫୦୦ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ ।