ଭାରତ ଦ୍ୱିତୀୟ ଟି୨୦ ମ୍ୟାଚ ହରିବାର ୩ଟି ବଡ ଭୁଲ, ନମ୍ବର ୧ ସବୁଠାରୁ ମୁଖ୍ୟ କାରଣ, ଜାଣନ୍ତୁ ନମ୍ବର ୧ ଭୁଲ କଣ

ତିରୁବନନ୍ତପୁରମ ରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟି-20 ମ୍ୟାଚକୁ ୱେଷ୍ଟଇଣ୍ଡିଜ 8 ଵିକେଟ ରେ ବିଜୟ ହୋଇଛି । ଏହି ବିଜୟ ସହ ୱେଷ୍ଟଇଣ୍ଡିଜ ୩ ମ୍ୟାଚ ବିଶିଷ୍ଟ ଏହି ସିରିଜ କୁ 1-1 ରେ ସମାନ କରିଛି । ଟସ ହାରିବା ପରେ ଭାରତ ନିର୍ଧାରିତ 20 ଓଭର ରେ 7ଟି ଵିକେଟ ହରେଇ 170 ରନ କରିଥିଲେ । ଯେଉଁଥିରେ ଶିବମ ଦୁବେ 30ଟି ବଲରେ 54 ରନର ଅର୍ଦ୍ଧଶତକ ପାଳି ଖେଳିଥିଲେ ।

ଭାରତ ର 171 ରନ ର ଲକ୍ଷ କୁ ୱେଷ୍ଟଇଣ୍ଡିଜ ବଡ ସହଜରେ 2 ଵିକେଟ ହରାଇ 18.3 ଓଭର ରେ ପୁରା କରିଥିଲା । ୱେଷ୍ଟଇଣ୍ଡିଜ ତରଫରୁ ଲେଣ୍ଡଲ ସିମନ୍ସ ସବୁଠୁ ଅଧିକ ଅପରାଜିତ 67 ରନ ଓ ଏଭିନ ଲୁଇସ 40 ରନ ର ପାଳି ଖେଳିଥିଲେ ।
ଭାରତ କରିଥିଲା ଏହି 3ଟି ବଡ଼ ଭୁଲ :-

ପଞ୍ଚମ ଓଭର ର ଦ୍ୱିତୀୟ ବଲରେ ୱାସିଂଟନ ସୁନ୍ଦର ଲେଣ୍ଡଲ ସିମନ୍ସ ଙ୍କ କ୍ୟାଚ ଛାଡି ଦେଇଥିଲେ । ସେହି ସମୟରେ ସିମନ୍ସ କେବଳ 5 ରନ କରି ଖେଳୁଥିଲେ । ସିମନ୍ସ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି 45ଟି ବଲରେ 67 ରନ ର ପାଳି ଖେଳିଥିଲେ ।

ମ୍ୟାଚ ର ପଞ୍ଚମ ଓଭର ର ଚତୁର୍ଥ ବଲରେ ଏଥର ଋଷବ ପନ୍ତ ଏଭିନ ଲୁଇସ ଙ୍କ କ୍ୟାଚ ଛାଡି ଦେଇଥିଲେ । ସେହି ସମୟରେ ଏଭିନ ଲୁଇସ 16 ରନ କରି ଖେଳୁଥିଲେ । ଯାହାଫଳରେ ଏଭିନ ଲୁଇସ 40 ରନ ର ପାଳି ଖେଳିଥିଲେ ।

ୟୁଜବେନ୍ଦ୍ର ଚହଲ ଏହି ମ୍ୟାଚ ରେ ସବୁଠୁ ମହଙ୍ଗା ସାବ୍ୟସ୍ତ ହେଲେ । ସେ 12.0 ର Economy ରେ 3 ଓଭର ରେ 36 ରନ ଦେଇଥିଲେ ।

Leave a Reply