ବିହାର ର ମୁଜାଫରପୁର ରେ ଜଣେ ପ୍ରପର୍ଟି ଡିଲର ର ପୁଅ ଘରେ ପଶି ଝିଅ କୁ ଦୁଷ୍କର୍ମ କରିବା ପାଇଁ ଚେଷ୍ଟା କରୁଥିଲା । ଏଥିରେ ଅସଫଳ ହେବାରୁ ସେ କିରୋସିନ ପକେଇ ପୀଡିତା କୁ ଜଳେଇଦେଲା । 85% ଜଳିଯାଇଥିବା ଝିଅ କୁ ଗୋଟେ ଘରୋଇ ନର୍ସିଂହୋମ ରେ ଭର୍ତି କରାଗଲା । ଡାକ୍ତର କହିଲେ କି ପୀଡିତା ର ବଂଚିବାର ଆଶା କମ ଅଛି । ଘଟଣା ଶନିବାର ଦିନ ହୋଇଥିଲା କିନ୍ତୁ ଘଟଣା ସାମ୍ନା କୁ ରବିବାର ଦିନ ଆସିଲା । ପୀଡିତା ର ମା’ କହିଲେ କି, ଦୋଶୀ 3 ବର୍ଷ ରୁ ମୋ ଝିଅ ସହ Flirting କରୁଥିଲା । ଆମେ 5ଥର ଅହିୟାପୁର ଥାନାରେ ଅଭିଯୋଗ ଦର୍ଜ କରିବା ପାଇଁ ଯାଇଥିଲୁ କିନ୍ତୁ ପୋଲିସ ରିପୋର୍ଟ ଲେଖିଲା ନାହିଁ । ଦୋଶୀ ର ଡର ରେ ଝିଅ କୋଚିଂ କୁ ମଧ୍ୟ ଯିବା ବନ୍ଦ କରିଦେଲା ।
ନାତୁଣୀ କଲ କରି ଜଳେଇବାର ଖବର କହିଲା, ପୀଡିତା ର ମା’ :-
ପୀଡିତା ର ମା’ କହିଲେ କି, ମୁଁ ନାଇଟ ଡ୍ୟୁଟି କାରଣରୁ ଶନିବାର ଦିନ ସନ୍ଧ୍ୟା 5.30ରେ କଟରା PHC ପଳେଇଯାଇଥିଲି । ଘରେ ଛୋଟ ଝିଅ ( ପୀଡିତା ) ଏକୁଟିଆ ଥିଲା । ଏହି ସମୟରେ ରାଜା ( ଦୋଶୀ ) ଘରେ ପଶିଲା ଓ ସେ ଝିଅ କୁ ବାଡେଇବା ଆରମ୍ଭ କରିଦେଲା । ସେହି ମହଲା ରେ ରହୁଥିବା ଦ୍ୱିତୀୟ ଝିଅ ର ଝିଅ ( ନାତୁଣୀ ) ମୋତେ କଲ କରି ପୁରା ଘଟଣା କହିଲା । ରାତି ହୋଇଯାଇଥିବା କାରଣରୁ କଟରା ରୁ ଆସିବା ପାଇଁ କୌଣସି ସଵାରୀ ନଥିଲା । କିଛି ସମୟ ପରେ ନାତୁଣୀ କହିଲା କି ରାଜା ଝିଅ କୁ ଜଳେଇଦେଲା ।
ସନ୍ଦେହ ନ ହେଉ, ଏଥିପାଇଁ ଦୋଶୀ ଝିଅ କୁ ନିଜେ ହସ୍ପିଟାଲ ନେଲା :-
ପୀଡିତା ର ଭାଇ କହିଲା କି ଦୋଶୀ ନିଜ ସାଥୀମାନଙ୍କ ସହ ପୁରା ପ୍ଲାନିଂ ସହ ତା ଭଉଣୀ କୁ ଜଳେଇବା ପରେ ଗୋଟେ ଘରୋଇ ନର୍ସିଂହୋମ ନେଇଗଲା କାହିଁକିନା ଲୋକଙ୍କୁ ଲାଗିବ କି ଘଟଣାରେ ତାର ହାତ ନାହିଁ ଏବଂ ଦୋଶୀ ବଂଚିଯାଇପାରିବ । ଦୋଶୀ ପୀଡିତା କୁ ଏମିତି ହସ୍ପିଟାଲ ରେ ଭର୍ତି କଲା, ଯେଉଁଠାରେ ବର୍ନ କେସ ର ଚିକିତ୍ସା ର ବ୍ୟବସ୍ଥା ହିଁ ନଥିଲା ।