ହାଇଦ୍ରାବାଦ ର ରାଜୀବ ଗାନ୍ଧୀ ଇଣ୍ଟରନେଶନଲ ଷ୍ଟାଡିୟମ ରେ ଖେଳ ହୋଇଥିବା ପ୍ରଥମ ଟି-20 ମ୍ୟାଚ ରେ ଭାରତ ର ଅଧିନାୟକ ବିରାଟ କୋହଲୀ ଙ୍କ 50 ବଲ ରେ 94 ରନ ଓ କେ ଏଲ ରାହୁଲ ଙ୍କ 40 ବଲ ରେ 62 ରନ ର ବିସ୍ଫୋରକ ବ୍ୟାଟିଙ୍ଗ ଫଳରେ ୱେଷ୍ଟଇଣ୍ଡିଜ କୁ 6 ଓ୍ୱିକେଟ୍ ରେ ହରେଇଛି ।
ଏହି ମ୍ୟାଚ ରେ ବିରାଟ କଲେ 5ଟି ବଡ଼ ରେକର୍ଡ :-

94 ରନ ସହ ବିରାଟ କୋହଲୀ ଟି-20 ଇଣ୍ଟରନେଶନଲ ରେ ନିଜର ସର୍ବାଧିକ ସ୍କୋର ବନେଇଲେ । ଏହା ପୂର୍ବରୁ ସେ 2016ରେ ଏଡିଲେଡ ରେ ଅଷ୍ଟ୍ରେଲିଆ ବିରୁଦ୍ଧ ରେ 90 ରନ ର ଅପରାଜିତ ପାଳି ଖେଳିଥିଲେ । 94 ରନ ସହ ବିରାଟ କୋହଲୀ ଟି-20 ଇଣ୍ଟରନେଶନଲ ରେ ନିଜର 2500 ରନ ପୁରା କରିଦେଲେ । ସେ ରୋହିତ ଙ୍କ ପରେ ଏହି ସ୍ଥାନ ରେ ପହଁଚିଥିବା ବିଶ୍ୱ ର ଦ୍ୱିତୀୟ ବ୍ୟାଟ୍ସମେନ ହୋଇଗଲେ ।

ବିରାଟ 23ଥର ଇଣ୍ଟରନେଶନଲ ଟି-20 ରେ 50+ ସ୍କୋର କରିଛନ୍ତି । ଏହା ସହିତ ବିରାଟ, ରୋହିତ ଶର୍ମା ଙ୍କୁ ପଛ ରେ ଛାଡି ଏହି ରେକର୍ଡ କରିଥିବା ବିଶ୍ୱ ର ପ୍ରଥମ ବ୍ୟାଟ୍ସମେନ ହୋଇଗଲେ ।

ବିରାଟ 12ଥର ଇଣ୍ଟରନେଶନଲ ଟି-20 ରେ ମ୍ୟାନ ଅଫ ଦ ମ୍ୟାଚ ର ଟ୍ରଫି ନିଜ ନାମ ରେ କରିଛନ୍ତି । ଏହା ସହିତ ବିରାଟ, ଅଫଗାନିସ୍ତାନ ର ମହମ୍ମଦ ନବୀ ଙ୍କ ସହ ସମାନ ରୂପ ରେ ଇଣ୍ଟରନେଶନଲ ଟି-20 ରେ ସର୍ବାଧିକ ମ୍ୟାନ ଅଫ ଦ ମ୍ୟାଚ ର ଟ୍ରଫି ଜିତିଥିବା ପ୍ରଥମ ଖେଳାଳୀ ହୋଇଗଲେ ।

6ଟି ଚୌକା ସହ ବିରାଟ ଇଣ୍ଟରନେଶନଲ ଟି-20 ରେ 240ରୁ ଅଧିକା ଚୌକା ମରିସାରିଛନ୍ତି । ସେ ଏହି କୀର୍ତ୍ତିମାନ ସ୍ଥାପନ କରି ବିଶ୍ୱ ର ପ୍ରଥମ ବ୍ୟାଟ୍ସମେନ ।