ଆପଣମାନେ ତ ରାମାୟଣ ର କାହାଣୀ ଶୁଣିଥିବେ ଅଥବା ପଢ଼ିଥିବେ । ରାମାୟଣ ରେ କୁହାଯାଇଛି କି ରାବଣ ଜଣେ ବହୁତ ବଡ ପଣ୍ଡିତ ଥିଲା । ଏହି କଥା ତ ଆପଣମାନେ ସମସ୍ତେ ଜାଣିଥିବେ କି ରାବଣ ଭଗବାନ ଭୋଲେନାଥ ଙ୍କ ବହୁତ ବଡ ଭକ୍ତ ଅଟେ । ଭଗବାନ ଭୋଲେନାଥ ରାବଣ ର ଭକ୍ତିରେ ପ୍ରସନ୍ନ ହୋଇ ତାକୁ ଅପାର ଶକ୍ତି ପ୍ରଦାନ କରିଥିଲେ । ଆଜି ଆମେ ଆପଣଙ୍କୁ ରାମାୟାଣ ର ଏକ ରୋଚକ କାହାଣୀ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଆପଣ ବୋଧେ ଜାଣିନଥିବେ ।

ଘଟଣାଟି ସେହି ସମୟର, ଯେବେ ରାବଣ ଥରେ ଭଗବାନ ଶିବ ଙ୍କର କଠିନ ତପସ୍ୟା ଥିଲା, ତେବେ ଭଗବାନ ଶିବ ଓ ମାଆ ପାର୍ବତୀ ରାବଣର କଠିନ ତପସ୍ୟାରେ ପ୍ରସନ୍ନ ହୋଇ ତା ସାମ୍ନାରେ ପ୍ରକଟ ହୋଇଗଲେ । ତେବେ ଭଗବାନ ଶିବ ରାବଣ କୁ ବର ମାଗିବା ପାଇଁ କହିଲେ, ତେବେ ରାବଣ ମାଆ ପାର୍ବତୀ ଙ୍କର ସୁନ୍ଦରତା କୁ ଦେଖି ତାଙ୍କ ଉପରେ ମୋହିତ ହୋଇଗଲା ଓ ଭଗବାନ ଶିବ ଙ୍କ ପାଖରୁ ସ୍ୱୟଂ ମାଆ ପାର୍ବତୀ ଙ୍କୁ ବର ରୂପରେ ମାଗିଦେଲା । ଯାହାପରେ ଭଗବାନ ଶିବ ନିଜ ଭକ୍ତର ଭକ୍ତିରେ ପ୍ରସନ୍ନ ହୋଇ ବର ରୂପରେ ରାବଣକୁ ମାଆ ପାର୍ବତୀ ଦେଇଦେଲେ ।

ରାବଣ ମାଆ ପାର୍ବତୀ ଙ୍କୁ ନେଇ ଲଙ୍କା ଯିବାକୁ ବାହାରିଗଲା, ତେବେ ରାସ୍ତାରେ ନାରଦ ପ୍ରକଟ ହୋଇ ରାବଣ କୁ କହିଲେ କି ତମେ କାହାକୁ ନିଜ ଲଙ୍କା କୁ ନେଇକି ଯାଉଛ, ତମେ ଯାହାକୁ ମାଆ ପାର୍ବତୀ ବୋଲି ଭାବି ନିଜ ଲଙ୍କା କୁ ନେଇକି ଯାଉଛ, ସେ ମାଆ ପାର୍ବତୀ ଙ୍କର ଛାୟା ଅଟେ କାହିଁକିନା ଭଗବାନ ଶିବ ମାଆ ପାର୍ବତୀ ଙ୍କୁ ପାତାଳରେ ଲୁଚେଇଦେଇଛନ୍ତି ।

ତା’ପରେ ନାରଦ ର କଥା ମାନି ରାବଣ ପାତାଳରେ ପହଂଚିଗଲା । ରାବଣ କୁ ପାତାଳ ରାସ୍ତାରେ ଜଣେ ସୁନ୍ଦର କନ୍ୟା ଦେଖା ଗଲା, ରାବଣ ସେହି କନ୍ୟା କୁ ଦେଖି ମୋହିତ ହୋଇଗଲା ଓ ତାକୁ ତାର ପରିଚୟ ପଚାରିଲେ, ତେବେ ସେ ନିଜ ନାମ ମନ୍ଦୋଦରୀ ବୋଲି କହିଲେ । ରାବଣ ବର୍ତମାନ ମାଆ ପାର୍ବତୀ ଙ୍କର ମୋହ ଛାଡି ମନ୍ଦୋଦରୀ କୁ ନିଜ ସାଙ୍ଗରେ ଲଙ୍କା କୁ ନେଇଗଲା ଓ ତାକୁ ବିବାହ କରିଦେଲା । ଏହି ପ୍ରକାର ରେ ଭଗବାନ ଶିବ ନିଜ ମାୟା ର ଶକ୍ତିରେ ନିଜ ଭକ୍ତର ମନ ମଧ୍ୟ ପ୍ରସନ୍ନ କଲେ ଓ ନିଜ ସ୍ତ୍ରୀ ଙ୍କୁ ମଧ୍ୟ ରକ୍ଷା କଲେ ।