ଯଦି କୌଣସି ଅକଳ୍ପନୀୟ ସଫଳତା ପାଇବା ପାଇଁ ଚାହୁଁଛନ୍ତି ତେବେ ଏହା ନିତ୍ୟାନ୍ତ ଆବଶ୍ୟକ ଜାଣନ୍ତୁ ତାହା କଣ !

କୌଣସି କ୍ଷେତ୍ରରେ ସଫଳ ହେବା ପାଇଁ ସର୍ବପ୍ରଥମେ ଯୋଗ୍ୟତା ମହତ୍ଵପୁର୍ଣ ଅଟେ। ଏବଂ ତାପରେ ହିଁ ଆପଣଙ୍କୁ ନିଶ୍ଚିତ କରିବା ଦରକାର ଯେ ଆପଣ କେଉଁ କ୍ଷେତ୍ରରେ ସଫଳ ହେବା କୁ ଚାହୁଁଛନ୍ତି । ରାମଚରିତ ମାନସର ପଞ୍ଚମ ଅଧ୍ୟାୟରେ ସୁନ୍ଦରକାଣ୍ଡ ସଫଳତା ସବୁଠାରୁ ଏକ ବଡ ଉଦାହରଣ ଅଟେ ଯାହା ସାମାନ୍ୟ ବାନର ଙ୍କ ସାମନାରେ ଏକ ଅସାଧାରଣ ବିକଳ୍ପ ଦେଖିବାକୁ ମିଳିଥିଲା । ୧୦୦ ଯୋଜନ ମାନେ ପ୍ରାୟ ୪୦୦ କିଲୋମିଟର ଲମ୍ବା ସମୁଦ୍ର ପାର କରି ଲଙ୍କା ରେ ପହଞ୍ଚିବାର ଅକଳ୍ପନୀୟ ଉଦାହରଣ ଦେଖିବାକୁ ମିଳିଥିଲା, ବଡ ଟାର୍ଗେଟ ପାଇବାପାଇଁ ଯୋଗ୍ୟତା ସହ ଆତ୍ମ ବିଶ୍ୱାସ ରହିବା ନିହାତି ଆବଶ୍ୟକ ଯାହା ଶାସ୍ତ୍ର ରେ ଉଲେଖ ଅଟେ ।

ଯେବେ ସମୁଦ୍ର ପାର କରିବାର କଥା ଆସିଥିଲା ସର୍ବପ୍ରଥମେ ଯାମବନ୍ତ ଏହା ଅସମ୍ଭବ ବୋଲି କହିଥିଲେ ଏବଂ ପରେ ଅଙ୍ଗଦ କହିଥିଲେ ଯେ ମୁ ତ ସମୁଦ୍ର ପାର କରି ଆରପାରିକୁ ପଳେଇବି ହେଲେ କିନ୍ତୁ ଫେରି ପାରିବି କି ନାହିଁ ଏହା ମୋ ଉପରେ ସନ୍ଦେହ ଲାଗୁଚି ଯାହା ଅଙ୍ଗଦ ନିଜ କ୍ଷମତା ଏବଂ ପ୍ରତିଭା ଉପରେ ସନ୍ଦେହ କରିଥିଲେ ଯାହା ଆତ୍ମ ବିଶ୍ୱାସ କମ ବୋଲି ସଂକେତ ଅଟେ । କିନ୍ତୁ ଜାମବତ ଯେବେ ହନୁମାନ କୁ ସୀତା ଙ୍କ କେବଳ ଅନୁସନ୍ଧାନ କରିବା ପାଇଁ ପ୍ରେରିତ କରିଥିଲେ ସେତେବେଳେ ହନୁମାନ ଙ୍କୁ ନିଜ ଶକ୍ତି ଓ ପ୍ରତିଭା ଏବଂ କ୍ଷମତା ବିଷୟରେ ଚିନ୍ତା କଲେ ଏବଂ ନିଜ ଶରୀରକୁ ପାହାଡ ଭଳି ଆକୃତିରେ ବଡ କରି ଆତ୍ମ ବିଶ୍ୱାସର ସହ କହିଥିଲେ ଯେ ମୁ ଗୋଟିଏ ହୁଙ୍କାରେ ସମୁଦ୍ର ପାର କରି ଲଙ୍କାରେ ସମସ୍ତ ଅସୁର ସହ ରାବଣ କୁ ସଂହାର କରି ସୀତା ମାତା କୁ ସେଠାରୁ ଆଣିପାରିବି ବୋଲି କହିଥିଲେ ଏବଂ ପରେ ସମୁଦ୍ର ମଧ୍ୟ ପାର କରି ସୀତା ମାତା ଙ୍କ ପାଖକୁ ଯାଇଥିଲେ।

ହନୁମାନ ଙ୍କ ଏଭଳି ଆତ୍ମ ବିଶ୍ୱାସ ଆଗରେ ସମସ୍ତେ ହାର ମାନିଥିଲେ । ସେଭଳି ଆମେ ଯେବେ ବି କୌଣସି କାମ କରିବା ପାଇଁ ଭାବୁଥାଉ ଠିକ ସେତେବେଳେ ମନରେ ଅନେକ ପ୍ରକାର ବିଚାର ,ଆଶଙ୍କା ଏବଂ ଭୟ ମଧ୍ୟ ଆସେ କିନ୍ତୁ ସେତେବେଳେ ଆମ ସଫଳତା ଉପରେ ଅଙ୍କୁଶ ଉଠେ ନାହିଁ କିନ୍ତୁ ଯେତେବେଳେ ପରିସ୍ଥିତି ବଦଳିଯାଇଥାଏ ଠିକ ସେମିତି ଆମ ବିଚାର ଧାରା ମଧ୍ୟ ବଦଳିଯାଏ, ଏହା ହିଁ ଅସଫଳ ହେବାର ମୁଖ୍ୟ କାରଣ ଅଟେ ,ଯଦି ଆପଣଙ୍କ ଏଭଳି ପରିସ୍ଥିତି ହୋଇଥାଏ ତାହାହେଲେ ଜାଣି ରଖନ୍ତୁ ଆପଣଙ୍କ ଭିତରେ ଆତ୍ମବିଶ୍ୱାସ ନାହିଁ ଏବଂ ନିଜ ଉପରେ ଭରସା ନାହିଁ ଯାହାଫଳରେ ଆମର ସଫଳତା ପାଇଁ ପ୍ରୟାସ ବା ଚେଷ୍ଟା ୧୦୦ ପ୍ରତିଶତ କାମକରିନଥାଏ।

Leave a Reply