ଚିକିତ୍ସା ବିଜ୍ଞାନ ଭାଷାରେ କିଛି ଲୋକଙ୍କ ଆଖି ଡୋଳାରେ ଦେଖାଯାଉଥିବା ଏହି କଳା ଦାଗ କୁ ‘ଆଇ ଫ୍ରେକଲ୍ସ’ବୋଲି କୁହାଯାଇ ଥାଏ କିନ୍ତୁ ସାଧାରଣତଃ ଗାଁ ଗହଳିରେ ଆମେ ଏହାକୁ କାଳଜୟୀ ବୋଲି କହିଥାଉ। ଏହି ଦାଗକୁ ସମସ୍ତେ ସାମାନ୍ୟ ବୋଲି ଭାବି ଅବହେଳା କରନ୍ତି କିନ୍ତୁ ଉପଯୁକ୍ତ ଜ୍ଞାନ ଅଭାବରୁ ଏହା ଜାଣିବା କଷ୍ଟ ହୋଇଥାଏ ଯେ ସମସ୍ତ କଳାଦାଗ ସାମାନ୍ୟ ନୁହେଁ। ଭବିଷ୍ୟତରେ ଏହା କ୍ୟାନସରର କାରଣ ବି ମଧ୍ୟ ହୋଇପାରେ।, ତେବେ ଆସନ୍ତୁ ଜାଣିବା ଏହି କଲା ଦାଗ ବିଷୟରେ।

କିଛି ଲୋକଙ୍କ ଜନ୍ମରୁ ହିଁ ଆଖି ଡୋଳାରେ କଳା ଦାଗ ରହିଥାଏ ଏବଂ ବୟସ ବଢ଼ିବା ସହିତ ଏହି କଳା ଦାଗର ଆକାର ବି ବୃଦ୍ଧି ପାଇଥାଏ। ଏବଂ ଆଇ ଫ୍ରେକଲ୍ସ ଅନେକ କାରଣରୁ ମଧ୍ୟ ହୋଇଥାଏ ଯେପରିକି ଯେଉଁମାନେ ଅତ୍ୟଧିକ ସୂର୍ଯ୍ୟକିରଣରେ ରହିଥାନ୍ତି ଏବଂ ସେମାନଙ୍କ ଆଖି ଡୋଳାରେ ଏପରି ଦାଗ ମଧ୍ୟ ସୃଷ୍ଟି ହୋଇଥାଏ। ଅନ୍ୟପକ୍ଷରେ କେତେକ ଆଇ ଫ୍ରେକଲ୍ସ ଦୃଶ୍ୟମାନ ହୁଅନ୍ତି ନାହିଁ। କିନ୍ତୁ ପରୀକ୍ଷା ପରେ ଏହା ଜଣାପଡେ ଏମିତିକି ଯେଉଁ ମହିଳା ମାନଙ୍କ ଆଖି ସାମାନ୍ୟ ନୀଳ ହୋଇଥାଏ ଏହି ଦାଗ ଗର୍ଭାବସ୍ଥା ସମୟରେ ରଙ୍ଗ ପରିବର୍ତ୍ତନ ହେବାର ସମ୍ଭାବନା ରହିଥାଏ। ଆଖି ଟେଷ୍ଟ କରିବା ପରେ ହିଁ ଏହି ଫ୍ରେକଲ୍ସ ଜଣା ପଡିଥାଏ,

ଅଧିକାଂଶ ଆଇ ଫ୍ରେକଲ୍ସ କୌଣସି କ୍ଷତି ପହଞ୍ଚାଇ ନଥାନ୍ତି। କିନ୍ତୁ ଏହା ଜରୁରୀ ଯେ ଆଖିରେ ଫ୍ରେକଲ୍ସ ଦେଖିଲା ମାତ୍ରେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ। ଏହା ଯୋଗୁ ଦୃଷ୍ଟି ଶକ୍ତି ସାମାନ୍ୟ ପ୍ରଭାବିତ ହୋଇଥାଏ କିନ୍ତୁ ସମସ୍ତ ‘ଆଇ ଫ୍ରେକଲ୍ସ’ ବା କଳାଯାଇ କ୍ୟାନ୍ସର ର କାରଣ ହୋଇନଥାଏ କିନ୍ତୁ ଏହିକାରଣରୁ ଯେଉଁ କ୍ୟାନ୍ସର ହୋଇଥାଏ, ତାହାକୁ ‘ମେଲାନୋମା’ କୁହାଯାଏ। ଏଥିପାଇଁ ଆଖିରେ କୌଣସି କଳା ଦାଗ ଦେଖିଲେ ଅଣଦେଖା ନକରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।