ଏବେ ମଧ୍ୟ ସିନେମା ଘେରେ ଧମାଲ କରୁଛି ଫିଲ୍ମ ‘ୱାର୍’, ଦେଖନ୍ତୁ ବକ୍ସ ଅଫିସର ସର୍ବ ମୋଟ କଲେକ୍ସନ

ଅଭିନେତା ଟାଇଗର ଶ୍ରଫ ଓ ହୃତିକ ରୋଶନ ଙ୍କ ଫିଲ୍ମ ‘ୱାର୍’ ବକ୍ସ ଅଫିସରେ ଏବେ ମଧ୍ୟ ଧମାଲ କରିବାର ଦେଖିବାକୁ ମିଳୁଛି। ମିଳିଥିବା ସୂଚନା ଅନୁସାରେ, ଅକ୍ଟୋବର ୨ ତାରିଖ ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ୱାର୍’ ପ୍ରଥମ ଦିନ, ପୂର୍ବର ସମସ୍ତ ରେକର୍ଡ ଭାଙ୍ଗି ୫୦ କୋଟି ଟଙ୍କା ଆୟ କରିଥିଲା। ୟସରାଜ ଫିଲ୍ମ ଦ୍ଵାରା ନିର୍ମିତ ଏହି ଫିଲ୍ମ ପ୍ରାୟ ୪୦୦୦ ପରଦାରେ ରିଳିଜ଼ ହୋଇଥିଲା।

ସୂଚନା ମୁତାବକ ସୋମବାର ଦିନ ଫିଲ୍ମ ସମୀକ୍ଷକ ତରଣ ଆଦର୍ଶ ନିଜ ଟ୍ୱିଟର ଏକାଉଣ୍ଟ ରେ ଟ୍ୱିଟ କରି ଏହା ଜଣାଇଛନ୍ତି ଯେ ଫିଲ୍ମ ବାର ୩୦୦ କୋଟି କ୍ଲବ ରେ ସାମିଲ ହୋଇସାରିଲାଣି ଗତ ୭ ତାରିଖ ରେ ମୋଟ ୩୧୭.୦୧ କୋଟି କମେଇସାରିଲାଣି। ଯାହା ଏହା ପୂର୍ବରୁ ପ୍ରଥମ ଦିନ ସବୁଠୁ ଅଧିକ ଆୟ କରିଥିବା ଅମିର ଖାନ ଙ୍କ ଫିଲ୍ମ ସୁଲତାନ,ଏବଂ ପଦ୍ମାବତୀ ଓ ସଞ୍ଜୁ ଫିଲ୍ମ ର ରେକର୍ଡ ମଧ୍ୟ ଭାଙ୍ଗିଦେଇଛି।

ଏହା ପୂର୍ବରୁ ଅମୀର ଖାନ ଓ ସଲମାନ ଖାନ ଙ୍କ ଫିଲ୍ମ କଲେକ୍ସନ କରିଥିବା ରେକର୍ଡ କୁ ଭାଙ୍ଗି ଦେଇଛି । ଫିଲ୍ମ ‘ୱାର’ ୨୦୧୯ ର ସବୁଠୁ ଅଧିକ ଆୟ କରିଥିବା ଫିଲ୍ମ ହୋଇସାରିଛି , ଏମିତି କହିବା ଏବେ ଉଚିତ ହେବନାହିଁ କିନ୍ତୁ ଏହି ଫିଲ୍ମକୁ ମିଳୁଥିବା ଜବରଦସ୍ତ ମାଉଥ ପବ୍ଲିସିଟୀ କୁ ଦେଖି ତରଣ ଆଦର୍ଶ କହିଛନ୍ତି ଯେ ଏହି ଫିଲ୍ମ ୪୫୦ କୋଟି କ୍ଲବ ରେ ସାମିଲ ହେବ। ଏବଂ ଫିଲ୍ମ ‘ୱାର୍’ ବକ୍ସ ଅଫିସରେ କଲେକ୍ସନ ଦେଖି ‘ୱାର୍-୨’ ମଧ୍ୟ ଦର୍ଶକ ଦେଖିବାକୁ ପାଇପାରିବେ ବୋଲି ଆଶା କରାଯାଉଛି ଯାହା ସୂତ୍ରରୁ ଜଣା ପଡିଛି।

Leave a Reply