ଭାରତକୁ 5G ମୋବାଇଲ ସେବାର ଅପେକ୍ଷା ଥିବା ବେଳେ ଏହିଦେଶରେ 6G ପାଇଁ ପ୍ରସ୍ତୁତ, ଜାଣନ୍ତୁ ଦେଶର ନାମ !

ଦୁନିଆରେ ସବୁ ଦେଶ ଠାରୁ ଅଧିକା ଭାରତରେ ଇଣ୍ଟରନେଟ ବ୍ୟବହାରକାରୀ ସଂଖ୍ୟା ଅଧିକା ହେଲେ କିନ୍ତୁ ପଡୋଶୀ ଦେଶ ନେପାଳ ଓ ଶ୍ରୀଲଙ୍କା ଏବଂ ପାକିସ୍ତାନ ଦେଶର ସ୍ପିଡ଼ ଇଣ୍ଟରନେଟ ତୁଳନାରେ ଭାରତ ପଛରେ ଅଛି। ଆଶ୍ଚର୍ଯ୍ୟର କଥା ଏହା ଯେ ଭାରତରେ ବର୍ତମାନ ଯାଏଁ ୫ଜି ର ସ୍ପେକ୍ଟରମ ଏବେଯାଏଁ ନିଲାମୀ ହୋଇନଥିବା ବେଳେ କିନ୍ତୁ ଚୀନ ଦେଶରେ ୫ଜି ର ସଫଳ ସଂଚାଳନ ପରେ ବର୍ତମାନ ୬ଜି ଟେକ୍ନୋଲୋଜି ଉପରେ କାମ କରିବା ଆରମ୍ଭ କରିଦେଲେଣି।

ମନିଭାସ୍କର ର ଏକ ରିପୋର୍ଟ ଅନୁସାରେ ଚୀନ ସରକାର ର ମନ୍ତ୍ରାଳୟ ଏବଂ ରିଚର୍ଚ୍ଚ ସଂସ୍ଥା ୬ଜି ଟେକ୍ନୋଲୋଜି ଟିମ ସହ ଏକ ବୈଠକରେ ଚୀନ ସରକାର ଏହି ପ୍ରସ୍ତାବରେ ୟୁନିଭର୍ସିଟି ଏବଂ ବିଭିନ୍ନ ସଂସ୍ଥା ର ୩୭ ଜଣ ମୁଖ୍ୟ ଏକ୍ସପର୍ଟ କୁ ଏହି କାମରେ ଲଗାଇଛନ୍ତି ଏବଂ ଏହାର ଡୀଜ଼ାଇନ ପ୍ରସ୍ତୁତି କରୁଛନ୍ତି ବୋଲି ଟେକ୍ନୋଲୋଜି ବ୍ୟିଉର ର ଉପ ମୁଖ୍ୟ ମନ୍ତ୍ରୀ କହିଛନ୍ତି।

ଚୀନ ଗତ କିଛି ଦିନ ପୂର୍ବେ ଚୀନର ରାଜଧାନୀ ବିଞ୍ଜିଙ୍ଗ ସହିତ ସମଗ୍ର ୫୦ ଠୁ ଅଧିକ ସହରରେ ପ୍ରଥମ ଦିନରେ ହିଁ ଏହି ୫ ଜି ୟୁଜର୍ସ ବ୍ୟବାର କରି ନୂଆ ରେକର୍ଡ ସୃଷ୍ଟି କରିଥିଲେ। ସୂତ୍ରରୁ ଜଣ ପଡିଛି ଯେ ୫ଜି ବର୍ତମାନ ୪ ଜି ଇଣ୍ଟରନେଟ ଠାରୁ ୧୦୦୦ ଗୁଣା ସ୍ପିଡ଼ ଇଣ୍ଟରନେଟ ମିଳିପାରେ ଏବଂ ଏହାକୁ ସକ୍ରିୟ କରିବା ପାଇଁ ଦେଶରେ ଏକ ଲକ୍ଷ ୩୦ ହଜାର ୫ ଜି ବେଶ ଷ୍ଟେସନ କୁ ସକ୍ରିୟ କରିବାକୁ ପଡିବ ଯାହା ଦୁନୀର ସବୁଠାରୁ ବଡ ସେଟ -ଆପ ହେବ।

Leave a Reply