ଵିଶ୍ଵକପରେ ହାରିବା ପରଠୁ ମହେନ୍ଦ୍ର ସିଂ ଧୋନି ଙ୍କ ସନ୍ୟାସ ନେବାର ଖବର ବେଶ ଚର୍ଚାର ବିଷୟ ପାଲଟିଥିଲା କିନ୍ତୁ ସନ୍ୟାସ କୁ ନେଇ ଧୋନି ଏବେ ଯାଏଁ କୌଣସି ସ୍ପଷ୍ଟ ମନ୍ତବ୍ୟ ଦେଇନାହାନ୍ତି। କିନ୍ତୁ ବର୍ତମାନ ମଧ୍ୟ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଧୋନିଙ୍କୁ ଚୟନ କରାଯାଇନାହିଁ ଏବଂ ଧୋନି ଧୀରେ ଧୀରେ ଖେଳ ଜଗତରୁ ଦୂରେଇବାରେ ଲାଗିଲେଣି।

କିନ୍ତୁ ଯେବେ ମହେନ୍ଦ୍ର ସିଂ ଧୋନି ଅନ୍ତରାଷ୍ଟ୍ରୀୟ କ୍ରିକେଟ ରୁ ସନ୍ୟାସ ନେବାପରେ ଭାରତୀୟ ଟିମ କୁ ଜଣେ ୱିକେଟକିପର ବ୍ୟାଟ୍ସମ୍ୟାନ ଙ୍କ ଆବଶ୍ୟକ ରହିବ। ଏହି ସମୟରେ ମହେନ୍ଦ୍ର ସିଂ ଧୋନି ଙ୍କ ପରେ ୱିକେଟକିପିଙ୍ଗ ଋଷଭ ପନ୍ତ ଙ୍କ ନାମ ସବୁଠୁ ଉପରେ ଅଛି ଆଉ ଟେଷ୍ଟ କ୍ରିକେଟ ମଧ୍ୟରେ ତାଙ୍କୁ ସୁଯୋଗ ମଧ୍ୟ ଦିଆଯାଉଛି। ଏହା ବ୍ୟତୀତ ଧୋନି ଙ୍କ ଅନୁପସ୍ଥିତି ରେ ୱାନଡେ ଆଉ ଟି-୨୦ ରେ ତାଙ୍କୁ ଲଗାତାର ସୁଯୋଗ ଦିଆଯାଉଛି।

ହେଲେ ଋଷଭ ପନ୍ତ ଙ୍କ ଠାରୁ ଭଲ ପଦର୍ଶନ ଦେଖିବାକୁ ମିଳୁନାହିଁ ଏବଂ ଏହି ଭୁଲ ବାରମ୍ବାର ଦେଖିବାକୁ ମିଳୁଥିବା ବେଳେ ଋଷଭ ପନ୍ତ ଙ୍କ ବ୍ୟତୀତ ଭାରତୀୟ ଟିମ ପାଖରେ ଅଛନ୍ତି ୮ ଜଣ ୱିକେଟକିପର ପନ୍ତ ଙ୍କ ପରେ ଈଶାନ କିଶନ, ସଞ୍ଜୁ ସାମସଙ୍ଗ, ଲୋକେଶ ରାହୁଲ, କେଦାର ଯାଦବ, ରିଦ୍ଧିମାନ ସାହ, ପାର୍ଥିବ ପଟେଲ, ଦୀନେଶ କାର୍ତିକ ଏବଂ ଗୋସ୍ୱାମୀ। ତେବେ ଆପଣଙ୍କ ମତରେ ଏହି ୮ ଜଣ ଖେଳାଳିଙ୍କ ମଧ୍ୟରୁ କିଏ ସବୁଠାରୁ ବେଷ୍ଟ ଖେଳାଳି ଯିଏ ସୁଯୋଗ ପାଇବା ଦରକାର କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ। ନୂଆ ଅଧକ୍ଷ ସୌରଭ ଗାଙ୍ଗୁଲିଙ୍କ ନଜର କାହା ଉପରେ ରହିବ ତାହା ସମୟ କହିବ।