ସାବଧାନ! ଠେଲି ଦବ ବୁଲବୁଲ, ଆସନ୍ତାକାଲି ଏହି ଝଡ ବାତ୍ୟା କେଉଁ କେଉଁ ଜିଲ୍ଲା ଦେଇ ଗତି କରିବ ଆଜି ହିଁ ଜାଣିରଖନ୍ତୁ…

ଭୁବନେଶ୍ୱର: ଭୟଙ୍କର ରୂପ ନେଲାଣି ସାମୁଦ୍ରିକ ଝଡ ବାତ୍ୟା ବୁଲବୁଲ l ଯାହା ଏବେ ବଙ୍ଗୋପସାଗରରେ ଉଗ୍ରରୂପ ଧାରଣା କରିସାରିଛି l ଘଣ୍ଟାକୁ 10 କିଲୋମିଟର ବେଗରେ ମାଡିଆସୁଛି ଏହି ବାତ୍ୟା l ଯାହା ଓଡିଶା ପାଇଁ କିଛି ମାତ୍ରାରେ ବିପଦ ଆଣିପାରେ ବୋଲି ଅନୁମାନ କରାଯାଉଛି l ଅନ୍ୟ ଅର୍ଥରେ କହିବାକୁ ଗଲେ ଉପକୂଳବର୍ତ୍ତୀ ସ୍ଥାନ ଗୁଡିକୁ ଠେଲିପେଲି ଛାରଖାର କରିବା ଏହି ଝଡ ବାତ୍ୟା l

ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଏହି ବାତ୍ୟା ଘଣ୍ଟା ପ୍ରତି 10 କିଲୋମେଟର ବେଗରେ ଉପକୂଳ ବର୍ତ୍ତୀ ଜାଗା ଆଡ଼କୁ ମାଡି ଆସୁଛି l ଏହାର ପ୍ରଭାବରେ ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ ଓ ପୁରୀ ଭଳି ଜିଲ୍ଲା ମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବେଗରେ ବର୍ଷା ହେବାର ସମ୍ଭାବନା ରହିଛି l ଆଜି ସନ୍ଧ୍ୟାରେ ବର୍ଷାର ପରିମାଣ ବଢିବା ସହିତ ପବନର ବେଗ ମଧ୍ୟ ବଢିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି l

ଝଡ ବାତ୍ୟା ବୁଲବୁଲ ଆଜି ଗୋପାଳପୁର ଠାରୁ 300 କିଲୋମିଟର ଦୂରରେ ରହିଛି l ସେହି ପରି ଆସନ୍ତାକାଲି ଏହାର ବେଗ ତୀବ୍ର ହେବ ସହ ପୁରୀ ଠାରୁ 108 କିଲୋମିଟର, ପାରାଦ୍ୱୀପ ଠାରୁ 134 କିଲୋମିଟର, ଧାମରା ଠାରୁ 131 କିଲୋମିଟର, ଚାନ୍ଦିପୁର ଠାରୁ 148 କିଲୋମିଟର ପାଖ ଦେଇ ଗତି କରିବ l ଏହି ସମୟରେ ପବନର ଜୋର ଘଣ୍ଟା ପ୍ରତି 100 କିଲୋମିଟର ଟପିବ ବୋଲି ସୂଚନା ମିଳିଛି l ଏଥିସହ ସମୁଦ୍ର ଭିତରକୁ ଏହି ସମୟରେ ମାଛ ଧରାଳି ମାନଙ୍କୁ ଯିବାକୁ ବାରଣ କରାଯାଇଛି l

Leave a Reply