୫୯ ବର୍ଷ ପରେ ଦେବଉଠନି ଏକାଦଶୀ ରେ ଗୁରୁ ଓ ଶନି ଧନୁ ରାଶିରେ ପ୍ରବେଶ ଫଳରେ ତୁଳସୀ…

କାର୍ତ୍ତିକ ମାସ ଶୁକ୍ଲପକ୍ଷ ର ଏକାଦଶୀ କୁ ଦେବ ଉଠନି ଏକାଦଶୀ ବୋଲି କୁହାଯାଏ ଏବଂ ଏହି ଏକାଦଶୀରେ ଭଗବାନ ବିଷ୍ଣୁ ବିଶ୍ରମରୁ ଉଜାଗର ହୋଇଥାନ୍ତି ବୋଲି ବିଶ୍ୱାସ କରାଯାଏ ଏବଂ ସମସ୍ତ ମାଙ୍ଗଳିକ କାର୍ଯ୍ୟ ଆରମ୍ଭ ହୋଇଥାଏ। ଏହି ଦିନ ତୁଳସୀ ଓ ଶାଳିଗ୍ରାମ ର ବିବାହ କରିବାର ପରମ୍ପରା ରହିଛି। ଜୋତିଷଶାସ୍ତ୍ର ମନିସ ଶର୍ମା ଙ୍କ କହିବା ଅନୁଯାଇ ଏହି ବର୍ଷ ଦେବଉଠନି ଏକାଦଶୀ ରେ ଶନି ଆଉ ଗୁରୁ ଧନୁ ରାଶିରେ ରହିବେ।

ଏବଂ ଧନୁ ରାଶିର ସ୍ୱାମୀ ଗୁରୁ ଅଟେ। ଠିକ ୫୯ ବର୍ଷ ପୂର୍ବେ ୩୦ ଅକ୍ଟୋବର ୧୯୬୦ ମସିହାରେ ଦେବଉଠନି ଏକାଦଶୀ ରେ ଗୁରୁ ଓ ଶନି ର ଯୋଗ ଧନୁ ରାଶିରେ ଥିଲା। କିନ୍ତୁ ବର୍ତମାନ ଏହି ଦେବ ଉଠନି ଏକାଦଶୀରେ ଧନୁ ରାଶିରେ ଶନି ଓ ଗୁରୁ ସହିତ କେତୁ ମଧ୍ୟ ରହିବେ। ଏଭଳି ଯୋଗ ୧୨୦୯ ବର୍ଷ ପୂର୍ବେ ଦେଖିବାକୁ ମିଳିଥିଲା। ୧୬ ଅକ୍ଟୋବର ୮୧୦ ରେ ଗୁରୁ ଶନି ଏବଂ କେତୁ ରାଶିର ଯୋଗ ଧନୁ ରାଶିରେ ଥିଲା ଏବଂ ସେହି ଦିନ ମଧ୍ୟ ଦେବ ଉଠନି ଏକାଦଶୀ ପାଳନ କରାଯାଇଥିଲା।

ପ୍ରାଚୀନ କଥା ଅନୁସାରେ ଭଗବାନ ବିଷ୍ଣୁ ପରାକ୍ରମୀ ରାକ୍ଷସ ଶଙ୍ଖାସୁର ର ବଦ୍ଧ କରିଥିଲେ ଏବଂ ନିଜ ର ଆଳସ୍ୟ କରିବା ପାଇଁ କ୍ଷୀରସାଗର ରେ ଆଷାଢ଼ ମାସର ଶୁକ୍ଳ ପକ୍ଷ ର ଏକାଦଶୀ ଠାରୁ କାର୍ତିକ ମାସ ଶୁକ୍ଳ ପକ୍ଷ ପର୍ଯ୍ୟନ୍ତ ଦୀର୍ଘ ଚାରି ମାସ ପର୍ଯ୍ୟନ୍ତ ଭଗବାନ ବିଷ୍ଣୁ ବିଶ୍ରାମ ନେଇଥିଲେ। ଏହି ଚାରି ମାସ ବର୍ଷା ଋତୁ ହୋଇଥିବାରୁ ସମସ୍ତ ପ୍ରକାର ବାତାବରଣ ମନୁଷ୍ୟ ପାଇଁ ଅନୁକୂଳ ହୋଇଥାଏ। ଏବଂ ଏହି ଏକାଦଶୀରେ ଭଗବାନ ଶାଳିଗ୍ରାମ ଙ୍କ ସହ ତୁଳସୀ ର ବିବାହ କରିବାର ପରମ୍ପରା ରହିଛି। ଏବଂ ଏହି ଏକାଦଶୀରେ ଉପବାସ ରହି ଭଗବାନ ଙ୍କ ମନ୍ତ୍ର ଜପ କରିବା ଉଚିତ ମାନାଯାଏ ଏବଂ ଏହା ପରେ ଚାତୁମାର୍ସ ମଧ୍ୟ ସମାପ୍ତି ହୋଇଯାଏ। ଏବଂ ଏହି ତିଥିରେ ପ୍ରସିଦ୍ଧ ସନ୍ଥ ନାମଦେବଜୀ ଙ୍କ ଜୟନ୍ତୀ ମଧ୍ୟ ପାଳନ କରାଯାଏ।

Leave a Reply